ନୂଆଦିଲ୍ଲୀ: ପଞ୍ଜାବରେ ବିଷାକ୍ତ ମଦ ପିଇ 80 ରୁ ଅଧିକଙ୍କ ଜୀବନ ଯାଇଛି । ଏହି ମାମଲା ରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି । ବର୍ତ୍ତମାନ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କୁ କହିଛନ୍ତି ।
ବେଆଇନ ମଦ ଯୋଗୁଁ ପଞ୍ଜାବରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ମାଫିଆଙ୍କ ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଗତ କିଛି ମାସରେ ଏଭଳି ଅନେକ ବେଆଇନ ମଦ କାରବାର ମାମଲାରେ ସ୍ଥାନୀୟ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଟ୍ବିଟ କରି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ବେଆଇନ ଓ ବିଷାକ୍ତ ମଦ ପିଇ ପଞ୍ଜାବର ତିନିଟି ଜିଲ୍ଲାରେ 86ଟି ପ୍ରାଣ ହରାଇଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ସରକାର 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ 100ରୁ ଅଧିକ ସ୍ଥାନରେ ଚଢାଉ କରି ମୋଟ 25 ଜଣକୁ ଗିରଫ କରାଯାଇଛି ।
ତରନ ତାରନରେ 63 ଜଣ, ଅମୃତସରରେ 12 ଜଣ ଏବଂ ବାଟାଲାରେ 11 ଜଣ ମଦ୍ୟପାନ କରିବା ପରେ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ ପଞ୍ଜାବ ତିନି ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଥିଲା ।
@ANI