ETV Bharat / bharat

ଗୁଜରାଟରେ ରାଷ୍ଟ୍ରପତି ଟ୍ରମ୍ପ, ଧାର୍ମିକ ପ୍ରସଙ୍ଗରୁ ଦୂରେଇ ରହିବାକୁ ଶିବସେନାର ପରାମର୍ଶ - ଟ୍ରମ୍ପଙ୍କ ଭାରତ ଗସ୍ତ

ଧାର୍ମିକ ସ୍ବାଧୀନତା ସମ୍ବନ୍ଧିତ ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ରାଷ୍ଟ୍ରପତି ଟ୍ରମ୍ପ ହସ୍ତକ୍ଷେପ ନକରନ୍ତୁ ବୋଲି ଶିବସେନା କହିଛି । ଅଧିକ ପଢନ୍ତୁ...

shivSena
ଶିବସେନା
author img

By

Published : Feb 24, 2020, 2:18 PM IST

ମୁମ୍ବାଇ: ଦୁଇ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ତାଙ୍କର ଏହି ଗସ୍ତକୁ ନେଇ ବଡ ବୟାନ ଦେଇଛି ଶିବସେନା । ଧାର୍ମିକ ସ୍ବାଧୀନତା ସମ୍ବନ୍ଧିତ ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ଟ୍ରମ୍ପ ହସ୍ତକ୍ଷେପ ନକରନ୍ତୁ ବୋଲି ଶିବସେନା କହିଛି ।

ନିଜ ଗସ୍ତ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଭାରତର ଧାର୍ମିକ ସ୍ବାଧୀନତା ପ୍ରସଙ୍ଗ ଉଠାଇବେ ପୂର୍ବରୁ ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଥିଲା । ତେବେ ଏନେଇ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିବସେନା କହିଛି, ଶାହିନବାଗ, ନାଗରିକତା ସଂଶୋଧନ ଆଇନ୍‌(ସିଏଏ), ଜାତୀୟ ନାଗରିକତା ପଞ୍ଜୀକରଣ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା ଭଳି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା । ଏହା ଭାରତ ସମସ୍ୟା, ଯାହାକୁ ଭାରତ ସରକାର ସମାଧାନ କରୁଛନ୍ତି ।

ଭାରତ ଗଣତାନ୍ତ୍ରିକ ରୂପରେ ନିର୍ବାଚିତ ସରକାର ଦ୍ବାରା ଚାଲେ । ସ୍ବାଧୀନତା ସମ୍ବନ୍ଧୀୟ ମାମଲା ଉପରେ ବାହାର ଲୋକ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ । ଆମେରିକା ରାଷ୍ଟ୍ରପତି ଅହମଦାବାଦ, ଦିଲ୍ଲୀ ଏବଂ ଆଗ୍ରା ବୁଲି ନିଜ ଦେଶକୁ ଫେରିଯିବା ଉଚିତ ବୋଲି ଶିବସେନା କହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.