ଡେରାଡୁନ: ବାବା କେଦାରନାଥଙ୍କ ଦର୍ଶନ ପାଇଁ ବାଧା ସୃଷ୍ଟି କରିଛି ବରଫ ପାତ । ବରଫ ପାତ ପରେ ସେହି ମାର୍ଗରେ ଯିବା କଷ୍ଟକର ହୋଇପଡୁଛି । ସେପଟେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ବରଫ କାଟି ସରୁ ରାସ୍ତା କରାଯାଇଛି ।
ଦୀର୍ଘ 6 ମାସ ଅପେକ୍ଷାର ଅନ୍ତ ଘଟିବା ପରେ ଗତ 9 ତାରିଖ ଦିନ ଖୋଲିଥିଲା ବାବା କେଦାରନାଥଙ୍କ ମନ୍ଦିର । ମନ୍ଦିର ଖୋଲିବା ପରେ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍କଣ୍ଠା । ତେବେ ପ୍ରତିଦିନ ବାବାଙ୍କ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁ ସେଠାକୁ ଆସୁଥିବାବେଳେ ବରଫପାତ ସେମାନଙ୍କ ପାଇଁ ବାଧା ସୃଷ୍ଟି କରିଛି ।
ବରଫପାତ ଫଳରେ କେଦାରନାଥ ଯାତ୍ରା କରିବାକୁ କଷ୍ଟସାଧ୍ୟ ହେଉଛି । ତେବେ ବାଟରେ ବାଧା ଉପୁଜୁଥିଲେ ମଧ୍ୟ ବାବାଙ୍କ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯାଉଥିବା ଦେଖିବାକୁ ମିଳୁଛି ।