ETV Bharat / bharat

ପ୍ରସ୍ତାବିତ ବିଦ୍ୟୁତ ବିଲ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେସିଆର - ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ପ୍ରସ୍ତାବିତ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ପତ୍ରରେ ସେ ଏହା ଦାବି କରିଛନ୍ତି । ଏହା ଜନସାଧାରଣଙ୍କ ସ୍ବାର୍ଥ କିମ୍ବା ରାଜ୍ୟ ଉପଯୋଗୀ ହୋଇନଥିବା ସେ ଏଥିରେ ଉଲ୍ଲେଖକରିଛନ୍ତି । ଅଧିକ ପଢନ୍ତୁ...

ପ୍ରସ୍ତାବିତ ବିଦ୍ୟୁତ ବିଲ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେସିଆର

author img

By

Published : Jun 3, 2020, 10:15 AM IST

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ପ୍ରସ୍ତାବିତ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ପତ୍ରରେ ସେ ଏହା ଦାବି କରିଛନ୍ତି । ଏହା ଜନସାଧାରଣଙ୍କ ସ୍ବାର୍ଥ କିମ୍ବା ରାଜ୍ୟ ଉପଯୋଗୀ ହୋଇନଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି ।

ବିଦ୍ୟୁତ୍ ଅଧିନିୟମ (ବିଦ୍ୟୁତ ବିଲ ସଂଶୋଧନ ଅଧିନିୟମ 2020) ସଂଶୋଧନ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଗୁଡିକର ପରିଚାଳନା ଉପରେ ଏହାର ପ୍ରତିକୂଳ ପ୍ରଭାବ ସହ 2003ରେ ପ୍ରସ୍ତାବିତ ସଂଶୋଧନ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କେସିଆର ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ, ‘ଏହି ବିଲ୍ ରାଜ୍ୟ ସରକାରଙ୍କ କିଛି କ୍ଷମତା ଛଡ଼ାଇ ନେଇଛି । ଭାରତ ସରକାରଙ୍କ ଦ୍ବାରା ଗଠିତ ଏକ ଚୟନ କମିଟି ଦ୍ବାରା ରାଜ୍ୟ ବିଦ୍ୟୁତ ନିୟାମକ କମିଶନ ନିଯୁକ୍ତ କରିବା ଓ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପଡୋଶୀ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗକୁ ଦାୟିତ୍ବ ପ୍ରଦାନ କରାଯିବ ।’ ଏହା ଦ୍ବାରା ସମ୍ବିଧାନର ଫେଡେରାଲ୍ ପଲିଟିର ଆଧାରକୁ କ୍ଷତି ପହଞ୍ଚାଉଥିବା ସେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନୂତନ ବିଲ ଦେଶର ବିଦ୍ୟୁତ୍ କ୍ଷେତ୍ରର ମୂଳରୂପକୁ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି । ଏହା ଦ୍ବାରା ଶୁଳ୍କ ସ୍ଥିର କରିବା, ଚୁକ୍ତିନାମା କାର୍ଯ୍ୟକାରୀ କରିବା ଓ ସବସିଡି ସଂରଚନାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ପାଖରେ ଅଧିକ କ୍ଷମତା ରହିବ । ତେଣୁ ଆମେ ଏହାକୁ ବିରୋଧ କରୁଛୁ ବୋଲି କେସିଆର କହିଛନ୍ତି ।

ଗ୍ରାହକଙ୍କୁ ଦିଆଯାଇଥିବା ସବସିଡିର ସିଧାସଳଖ ଲାଭ ମିଳିବା ପାଇଁ ଡ୍ରାଫ୍ଟ ବିଲରେ ଥିବା ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରି କେସିଆର ଲେଖିଛନ୍ତି, ଏହା କୃଷକ ଓ ଗରିବ ଗ୍ରାହକମାନଙ୍କ ସ୍ବାର୍ଥ ବିରୁଦ୍ଧରେ କାର୍ଯ୍ୟ କରିବ । ତେଲେଙ୍ଗାନା ସରକାରଙ୍କ ନୀତି ହେଉଛି ଚାଷୀଙ୍କୁ 24 ଘଣ୍ଟା ମାଗଣା ବିଦ୍ୟୁତ ମିଳିବା ଉଚିତ । ସବସିଡି ଦେବାର ଅଧିକାର ରାଜ୍ୟ ସରକାରଙ୍କୁ ଛାଡି ଦିଆଯିବା ଉଚିତ । ଏହି ନିର୍ଦ୍ଦିଷ୍ଟ ବିଷୟ ଉପରେ ପ୍ରଚଳିତ ନିୟମକୁ ସଂଶୋଧନ କରିବାର କୌଣସି ପ୍ରସ୍ତାବ ଆମ ପାଇଁ ଅତ୍ୟନ୍ତ ଆପତ୍ତିଜନକ । ’ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଯେକୌଣସି ଜାତୀୟ ନୀତି ରାଜ୍ୟ ସରକାରଙ୍କ ସହମତିରେ ପ୍ରସ୍ତୁତ କରାଯିବା ଉଚିତ, କେବଳ ପରାମର୍ଶରେ ନୁହେଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.