ETV Bharat / bharat

ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନ: କଂଗ୍ରେସକୁ ଟାର୍ଗେଟ କଲେ କେସିଆର - KCR

ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ...

Nagarjuna Sagar bypoll
ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ କେସିଆର
author img

By

Published : Feb 10, 2021, 10:06 PM IST

ହାଇଦ୍ରାବାଦ: ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ କେସିଆର । ଦୀର୍ଘବର୍ଷ ହେଲା ରାଜ୍ୟରେ ଶାସନ କରିଥିବା କଂଗ୍ରେସ ନାଗାର୍ଜୁନସାଗର ଅଞ୍ଚଳରେ କୌଣସି କାର୍ଯ୍ୟ କରିନାହିଁ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ।

ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଆସନ ଉପନିର୍ବାଚନକୁ ନେଇ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ପ୍ରସ୍ତୁତି ଆରମ୍ଭ କରିଛି । ନାଲଗୋଣ୍ଡା ଜିଲ୍ଲାର ହାଲିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ କେସିଆର କହିଛନ୍ତି ଯଦି ଆଗାମୀ ଦିନରେ ପ୍ରତିଶ୍ରୁତି ଦିଆଯାଇଥିବା ନାଗାର୍ଜୁନ ସାଗରର ଜଳସେଚନ ପ୍ରକଳ୍ପ ସମାପ୍ତ କରାନଯାଏ ତେବେ ଆସନ୍ତା ବିଧାନସଭା 2023 ନିର୍ବାଚନ ଲଢିବେ ନାହିଁ । 2500 କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ପାଇଁ ବ୍ୟବସ୍ଥା କରାଯାଇଛି । ଯଦି ଆମେ ଏହି ପ୍ରକଳ୍ପଗୁଡିକ ଠିକ ସମୟ ସଂପୂର୍ଣ୍ଣ ନକରିପାରିବୁ ତେବେ ଆମେ ଆଗାମୀ ନିର୍ବାଚନରେ ​ଆମେ ଭାଗ ନେବୁନାହିଁ ବୋଲି କହିଛନ୍ତି । ଦେଶର ଦୀର୍ଘ ବର୍ଷ ଶାସନ କରିଥିବା କଂଗ୍ରେସ ରାଜ୍ୟରେ ଶାସନ କାର୍ଯ୍ୟକାଳ ମଧ୍ୟରେ ବିକାଶକୁ ଅଣଦେଖା କରିଛି। ଏହି ପ୍ରକଳ୍ପ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି କେସିଆର କହିଛନ୍ତି ।

କଂଗ୍ରେସ ଶାସନ କାଳରେ ନିର୍ମିତ ନାଗାର୍ଜୁନସାଗର ପ୍ରକଳ୍ପ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି କହିଛନ୍ତି । ଏହାକୁ ଅଣଦେଖା କରାଯିବାର କାରଣ କଣ ବୋଲି କହିଛନ୍ତି । ଗତ ଡିସେମ୍ବରରେ ନାଗାର୍ଜୁନସାଗର ବିଧାନସଭା ଟିଆରଏସ ବିଧାୟକ ନୋମୁଲା ନରସିଂହଙ୍କ ଦେହାନ୍ତ ହୋଇଛି । ଏହା ପରେ ଏଠାରେ ବିଧାନସଭା ଆସନରେ ଖାଲି ପଡିଛି । ଏହି ଆସନରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.