ଶ୍ରୀନଗର: ଜମ୍ମୁ-କାଶ୍ମୀରର ପ୍ରଥମ କୋଭିଡ-19 ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ କୌଣସି ପ୍ରକାର ଭାଇରାଲ ସଂକ୍ରମଣରେ ଆକ୍ରାନ୍ତ ନଥିବା ସୂଚନା ମିଳିଛି ।
ଶେର୍-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ସ୍କିମ୍ସ) ନିର୍ଦ୍ଦେଶକ ଏ.ଜି. ଆହଙ୍ଗର ସୋମବାର ଗଣମାଧ୍ୟମକୁ ସମ୍ବାଧନ କରି କହିଛନ୍ତି ଯେ, ହସ୍ପିଟାଲରେ ଚିକିତ୍ସିତ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସେ ପ୍ରଥମେ ଆକ୍ରାନ୍ତ ଯିଏକି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ତାଙ୍କର ବାରମ୍ବାର କରାଯାଇଥିବା ସମସ୍ତ ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଛି ।
ସେ ଏହା ମଧ୍ୟ କହିଛନ୍ତି, ଆକ୍ରାନ୍ତ ଜଣଙ୍କ ବିଦେଶ ଗସ୍ତରୁ ଫେରିବା ପରେ ଆମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ତାଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ତାଙ୍କର ରିପୋର୍ଟ ପଜେଟିଭି ଆସିଥିଲା । ପରେ ଆଇସିଏମଆର ଗାଇଡଲାଇନ ଅନୁସାରେ ଆମେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲୁ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ବାଧ୍ୟତାମୂଳକ ଅବଧି ଶେଷ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ।
ଆହଙ୍ଗର କହିଛନ୍ତି, ବର୍ତ୍ତମାନ ସୁଦ୍ଦା ହସ୍ପିଟାଲରେ 219 ଜଣଙ୍କ କୋରୋନା ପରୀକ୍ଷା ହୋଇସାରିଛି । ସେଥିମଧ୍ୟରୁ କେବଳ 11 ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି । ବର୍ତ୍ତମାନ ସମୟରେ 133 ଜଣ କୋରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇ ଆଇସିଏମଆର ଗାଇଡଲାଇନ ଅନୁଯାୟୀ ହସ୍ପିଟାଲେର ଭର୍ତ୍ତି ହୋଇଛନ୍ତି ।
ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ସମଗ୍ର ବିଶ୍ବକୁ ନିଜ କବଳକୁ ନେଇଛି । ଆମେରିକାରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ଭାରତରେ ଏହାର ସଂଖ୍ୟା 1071ରେ ପହଞ୍ଚିଛି ।
@IANS