ETV Bharat / bharat

ପଦ୍ମାସନରେ ପହଁରି 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ'ରେ କର୍ଣ୍ଣାଟକର ଗଙ୍ଗାଧର - karnatak news

ସମୁଦ୍ରରେ ପଦ୍ମାସନରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପହଁରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି କର୍ଣ୍ଣାଟକର 65 ବର୍ଷୀୟ ଗଙ୍ଗାଧର । ଅଧିକ ପଢନ୍ତୁ....

ପଦ୍ମସାନରେ ପହଁରି 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ'ରେ କର୍ଣ୍ଣାଟକର ଗଙ୍ଗାଧର

author img

By

Published : Jan 24, 2021, 10:40 PM IST

ବେଙ୍ଗାଲୁରୁ: ସମୁଦ୍ରରେ ପଦ୍ମାସନରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପହଁରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି କର୍ଣ୍ଣାଟକର 65 ବର୍ଷୀୟ ଗଙ୍ଗାଧର । 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ'ରେ ସେ ଏହି ରେକର୍ଡର ଅଧିକାରୀ ହୋଇ ପାରିଥିବା ଜଣା ପଡିଛି ।

ପଦ୍ମସାନରେ ପହଁରି 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ'ରେ କର୍ଣ୍ଣାଟକର ଗଙ୍ଗାଧର

ଆରବ ସାଗରରେ ସେ 1 ଘଣ୍ଟା, 13 ମିନିଟ୍, 7 ସେକେଣ୍ଡରେ 1400 ମିଟରରେ ପଦ୍ମାସନରେ ଭାସମାନ ଅବସ୍ଥାରେ ପହଁରି ଏହି ବିରଳ ରେକର୍ଡ କରିବାରେ ସଫଳ ହୋଇଥିବା ଜଣା ପଡିଛି । ପୂର୍ବରୁ ମଧ୍ୟ ଗଙ୍ଗାଧର ଅନେକ ରାଜ୍ୟ ତଥା ଜାତୀୟ ପୁରସ୍କାର ଜିତି ସାରିଛନ୍ତି। 2009 ରୁ 2019 ପର୍ଯ୍ୟନ୍ତ ସେ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ 31 ଟି ସ୍ବର୍ଣ୍ଣ, 16 ଟି ରୌପ୍ୟ ଏବଂ 8ଟି ବ୍ରୋଞ୍ଜ ପଦକ ଅଧିକାର କରିସାରିଛନ୍ତି ।

ଗୁଜୁରାଟ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ସେ ଭାଗ ନେଇ ସେ ବିଭିନ୍ନ ବର୍ଗରେ ସଫଳ ହେବା ସହ ବିଭିନ୍ନ ରେକର୍ଡର ଅଧିକାରୀ ହୋଇସାରିଛନ୍ତି । ମାଷ୍ଟର ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସେ ତିନୋଟି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.