ETV Bharat / bharat

ଜୁଲାଇ 22 ଯାଏଁ କର୍ଣ୍ଣାଟକରେ ଲକଡାଉନ୍, ଜାରି ହେଲା ଗାଇଡଲାଇନ - lockdown guidelines

କର୍ଣ୍ଣାଟକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଙ୍ଗଳବାର ରାତିରୁ ଲକଡାଉନ୍ ଲାଗୁ କରାଯାଇଛି । ଜୁଲାଇ 22 ଯାଏଁ ଏହି ଲକଡାଉନ୍ ବଳବତ୍ତର ରହିବ ।

କର୍ଣ୍ଣାଟକରେ ଲକଡାଉନ୍
କର୍ଣ୍ଣାଟକରେ ଲକଡାଉନ୍
author img

By

Published : Jul 15, 2020, 4:08 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଙ୍ଗଳବାର ରାତିରୁ ଲକଡାଉନ୍ ଲାଗୁ କରାଯାଇଛି । ଜୁଲାଇ 22 ଯାଏଁ ଏହି ଲକଡାଉନ୍ ବଳବତ୍ତର ରହିବ । ବୁଥ ସ୍ତରରେ ସ୍ଥାପିତ ଟାସ୍କ ଫୋର୍ସ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଅଲଗା କରିବ ଓ ରାପିଡ୍ ଆଣ୍ଟିଜେନ ପରୀକ୍ଷା କରିବା ପାଇଁ ଘର ପରିଦର୍ଶନ କରିବ ।

ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ । ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଥିବା ଇଣ୍ଡଷ୍ଟ୍ରିଆଲ୍ କ୍ଲଷ୍ଟର ଗୁଡିକୁ ଲକଡାଉନ୍ କରାଯାଇଛି । ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ବେଙ୍ଗାଲୁରୁ ସହରର ରାସ୍ତା ମଙ୍ଗଳବାର ରାତି ଠାରୁ ବ୍ୟାରିକେଡ୍ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ଗାଡି ପୋଲିସ ଜବତ କରିବା ସହ ସେମାନଙ୍କୁ ଚେତାବନୀ ଦିଆଯଆଇଛି । ଯଦି ନିୟମ ଭାଙ୍ଗେ ତେବେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେ ସେବା ମନୋବୃତ୍ତି ଥିବା ଯୁବକମାନଙ୍କୁ ସିଭିଲ୍ ପୋଲିସ୍ ୱାର୍ଡେନ୍ ଭାବରେ ନିମନ୍ତ୍ରଣ କରିଛନ୍ତି । ଏମାନେ ସ୍ଥାନୀୟ ପୋଲିସକୁ ସାହାଯ୍ୟ କରିବେ । ଅନ୍ୟପକ୍ଷରେ ବିବିଏମପି ମାର୍ଶଲମାନେ ବିନା ମାସ୍କ ପିନ୍ଧିଥିବା ଲୋକଙ୍କ ଉପରେ ଜରିମାନା ଆଦାୟ କରିବେ ।

ଗତ 125 ଦିନ ମଧ୍ୟରେ ବେଙ୍ଗାଲୁରୁ ସହରାଞ୍ଚଳରେ କୋଭିଡ ମାମଲା 20,973 ରହିଥିବା ବେଳେ 378 ଜଣଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଜୋନ୍ ସର୍ବାଧିକ ପ୍ରଭାବିତ ହୋଇଛି । ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲାରେ 346 ସକ୍ରିୟ କୋଭିଡ୍ ମାମଲା ରହିଛି କିନ୍ତୁ ସହରାଞ୍ଚଳ ଜିଲ୍ଲା ଗୁଡିକ ଏହାର ନିକଟତର ଥିବାରୁ ସପ୍ତାହେ ଯାଏଁ ଲକଡାଉନ୍ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.