ETV Bharat / bharat

ବିଜେପିର ଫ୍ଲୋର ଟେଷ୍ଟ ପୂର୍ବରୁ 17 ବିଦ୍ରୋହୀ ବିଧାୟକ ବିଦା

author img

By

Published : Jul 28, 2019, 1:04 PM IST

କର୍ଣ୍ଣାଟକରେ ୟେଦ୍ଦରୁପାଙ୍କ ଆସ୍ଥା ଭୋଟ ପୂର୍ବରୁ ବିଜେପିର ରାସ୍ତା ସଫା କଲେ ବାଚସ୍ପତି କେଆର ରମେଶ କୁମାର । ରବିବାର 14 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ବେଙ୍ଗାଲୁରୁ: କର୍ଣ୍ଣାଟକର ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି କେଆର ରମେଶ କୁମାର । ପୂର୍ବରୁ 3 ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିବାବେଳେ ଆଜି(ରବିବାର) ଆଉ 14 ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । 14 ଜଣଙ୍କ ମଧ୍ୟରେ 11 ବିଧାୟକ କଂଗ୍ରେସର ଥିବାବେଳେ 3 ବିଦ୍ରୋହୀ ବିଧାୟକ ଜେଡିଏସର ।

ସେମାନେ ହେଲେ କଂଗ୍ରେସର ବୈରାଠୀ ବସବରାଜ, ମୁନ୍ନିରତ୍ନ, ଏସଟି ସୋମଶେଖର, ରୋଶନ ବେଗ, ଆନନ୍ଦ ସିଂହ, ଏମଟିବି ନାଗରାଜ, ବିସି ପାଟିଲ, ପ୍ରତାପ ଗୌଡା ପାଟିଲ, ଡ.ସୁଦ୍ଧାକର, ଶିବରାମ ହେବ୍ବାର, ଶ୍ରୀମନ୍ତ ପାଟିଲ ଏବଂ ଜେଡିଏସର 3 ବିଦ୍ରୋହୀ ବିଧାୟକ କେ ଗୋପାଲୈୟା, ନାରାୟଣ ଗୌଡା ଓ ଏଏଚ୍‌ ବିଶ୍ବନାଥ । ଏହା ପୂର୍ବରୁ ବାଚସ୍ପତି ଆର ଶଙ୍କର, ରମେଶ ଝରକିହୋଲି ଓ ମହେଶ କୁମାଥାହାଲ୍ଲିକୁ ଅଯୋଗ୍ୟ ଘୋଷଣା କରିଥିଲେ।

ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତି ପରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ରାସ୍ତା ସଫା ହୋଇଯାଇଛି । ବର୍ତ୍ତମାନ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା 207କୁ ଖସିଆସିଛି । ଏହାର ଅର୍ଥ ଆସ୍ଥା ଭୋଟ ପାଇଁ ମ୍ୟାଜିକ ନମ୍ବର 104 ହେବ । ଯାହା ବିଜେପି ପାଖରେ ପୂର୍ବରୁ ରହିଛି ।

ସୂଚନାଯୋଗ୍ୟ ଯେ, ଏମାନଙ୍କୁ ବାଚସ୍ପତି ଦଳ ବଦଳ ନିରୋଧ ଆଇନ୍‌ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଛନ୍ତି । ଏମାନେ ବର୍ତ୍ତମାନ ଠାରୁ ବିଧାନସଭାର ସଦସ୍ୟ ରହିବେ ନାହିଁ କିମ୍ବା ବିଧାନସଭାର ଅବଧି ଶେଷ ନ ହେବା ଯାଏଁ ନିର୍ବାଚନ ଲଢ଼ିପାରିବେ ନାହିଁ କି ମନ୍ତ୍ରୀ ହୋଇପାରିବେ ନାହିଁ । ଏହା ବ୍ୟତୀତ ଏହି ବିଧାୟକ କୌଣସି ବିଧାନସଭା ଉପ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.