ETV Bharat / bharat

କର୍ଣ୍ଣାଟକ ନାଟକ: ମଙ୍ଗଳବାର ବି ହେଲା ନାହିଁ ବିଧାୟକଙ୍କ ଆବେଦନର ଶୁଣାଣି - ସୁପ୍ରିମକୋର୍ଟରେ କର୍ଣ୍ଣାଟକ ଶୁଣାଣି

ସୁପ୍ରିମକୋର୍ଟରେ ମଙ୍ଗଳବାର ହୋଇନାହିଁ କର୍ଣ୍ଣାଟକ ଲାଗି ରହିଥିବା ରାଜନୈତିକ ସଙ୍କଟର ଶୁଣାଣି । ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ଆସ୍ଥାଭୋଟ୍ । ଏହାର ଶୁଣାଣି ବୁଧବାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 23, 2019, 5:00 PM IST

Updated : Jul 23, 2019, 5:05 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପୁଣି ଟଳିଲା କର୍ଣ୍ଣାଟକ ସଙ୍କଟ ଉପରେ ଶୁଣାଣି । ବର୍ତ୍ତମାନ ବାଚସ୍ପତି ବିଧାନସଭାରେ ଏ ପ୍ରସସଙ୍ଗରେ ଆଲୋଚନା କରୁଛନ୍ତି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୋଇପାରେ ଆସ୍ଥାଭୋଟ । ତେଣୁ ଏହାର ଶୁଣାଣି ବୁଧବାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଜ୍ୟ ବିଧାନସଭାରେ ଶକ୍ତି ପରୀକ୍ଷଣ ତତ୍କାଳ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ 2 ସ୍ବାଧୀନ ବିଧାୟକ ।

କର୍ଣ୍ଣାଟକ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ୩ ଦିନ ଧରି ଚର୍ଚ୍ଚା ହେବା ପରେ ମଧ୍ୟ ଅସ୍ଥା ଭୋଟ ହୋଇପାରି ନାହିଁ । ଏନେଇ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିଥିଲା । କିନ୍ତୁ ଏଥିରେ ମଧ୍ୟ କୌଣସି ଫଳ ବାହାରି ପାରି ନଥିଲା । ଶେଷରେ ବାଚସ୍ପତି ବିଧାନସଭାର ଅଧିବେଶନକୁ ମଙ୍ଗଳବାର ଯାଏଁ ସ୍ଥଗିତ କରି ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଶକ୍ତି ପରୀକ୍ଷା କରିବାକୁ ବିରୋଧୀଙ୍କୁ ଆଶ୍ବାସନା ଦେଇଥିଲେ ।

ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ବାଚସ୍ପତି ଆସ୍ଥା ଭୋଟକୁ ଆସନ୍ତା କାଲି ପର୍ଯ୍ୟନ୍ତ ଘୁଞ୍ଚାଇବେ ନା କୁମାରସ୍ବାମୀ ଆଜି ହିଁ ଅଗ୍ନିପରୀକ୍ଷା ଦେବେ ତାହା ଉପରେ ନଜର ।

Intro:Body:

BLANK FOR LINK 

Conclusion:
Last Updated : Jul 23, 2019, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.