ETV Bharat / bharat

18ରେ ଭଲ ଭାଷଣ ଦେଇ ଇସ୍ତଫା ଦେବେ କୁମାରସ୍ବାମୀ ! - government

ଆସନ୍ତା 18ରେ ବହୁମତ ପ୍ରମାଣ ଦେବେ କର୍ଣ୍ଣାଟକ ସରକାର । ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ଭୋଟିଂ ହେବ ନା ସ୍ବତଃପ୍ରବୃର୍ତ୍ତ ଭାବରେ ଇସ୍ତଫା ଦେବେ କୁମାରସ୍ବାମୀ, ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ୟଦୁରପ୍ପା ।

ଫାଇଲ ଫଟୋ
author img

By

Published : Jul 16, 2019, 9:31 AM IST

ବେଙ୍ଗାଲୁରୁ: ଚାଲିଛି କର୍ଣ୍ଣାଟକ ନାଟକ । ଲମ୍ବା କାହାଣୀ। କ’ଣ ହେବ କ୍ଲାଇମାକ୍ସ ? ଆଜି 15 ବିଧାୟକଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ହେବ ଶୁଣାଣୀ । 18ରେ ଅନାସ୍ଥା ପ୍ରସ୍ତାବ । ବହୁମତ ପ୍ରମାଣ ଦେବେ କୁମାରସ୍ବାମୀ ସରକାର । ଆଉ ଏଭଳି ସମୟରେ ବାହାସ୍ଫୋଟ ମାରିଛନ୍ତି ବିଜେପି ନେତା ବିଏସ ୟଦୁରପ୍ପା ।

କର୍ଣ୍ଣାଟକ ମେଣ୍ଟ ଭାଙ୍ଗିଲେ ସରକାର ଗଠନ ପାଇଁ ଚାତକ ଭଳି ଥିବା ବିଜେପି ପୁରା ଘଟଣାକୁ ତୀକ୍ଷ୍ଣ ନଜରରେ ରଖିଛି । କେବେ ଭାଙ୍ଗିବ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ? କେବେ ସରକାର ଗଢିବ ବିଜେପି, ପ୍ରତିକ୍ରିୟା ରଖିଛନ୍ତି ୟଦୁରପ୍ପା । କର୍ଣ୍ଣାଟକରେ ବିଜେପି ସରକାର କରିବାକୁ ଆଉ ମାତ୍ର 4/5 ଦିନର ଅପେକ୍ଷା ବୋଲି ସେ କହିଛନ୍ତି ।

ୟଦୁରପ୍ପାଙ୍କ କହିବା କଥା ହେଲା, ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମଧ୍ୟ ଜାଣିଛନ୍ତି ତାଙ୍କ ସରକାର ବହୁଶୀଘ୍ର ଭାଙ୍ଗୁଛି । 18ରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବରେ ସେ ବହୁମତ ହରାଉଛନ୍ତି । ତେଣୁ ଅନାସ୍ତା ପ୍ରସ୍ତାବ ଦିନ ଏକ ଭଲ ଭାଷଣ ଦେଇ କୁମାରସ୍ବାମୀ ଇସ୍ତଫା ଦେଇଦେବେ । ଭୋଟିଂ ପର୍ଯ୍ୟନ୍ତ କଥା ଯିବ ନାହିଁ ବୋଲି କହିଛନ୍ତି ବିଏସ ୟଦୁରପ୍ପା ।

Intro:Body:

sg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.