ETV Bharat / bharat

ସ୍ବପ୍ନର ଘରେ ସୋଫାରେ ବସାଇ ପତ୍ନୀଙ୍କୁ ସଜାଇଲେ ସ୍ବାମୀ ଓ 2 ଝିଅ - ଶ୍ରୀନିବାସ ଗୁପ୍ତା

ସୋଫାରେ ବସିଥିବା ମହିଳା ଜଣକ ଜୀବନ୍ତ ଲାଗୁଥିଲେ ମଧ୍ୟ ବାସ୍ତବେ ସେ ଅବାସ୍ତବ। କାରଣ 2017 ମସିହାରେ ଏକ କାର ଦୁର୍ଘଟଣାରେ ସଭିଁଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ଶିଳ୍ପପତୀଙ୍କ ଶ୍ରଦ୍ଧେୟ ପତ୍ନୀ ମାଧବୀ । ଆଉ ଆଜି ଡ୍ରିମ ହୋମରେ ପ୍ରବେଶ ସମୟରେ ଏଭଳି ସସ୍ନେହୀ ପତ୍ନୀଙ୍କୁ ମନେପକାଇଛନ୍ତି ସ୍ବାମୀ ଓ ଦୁଇ ଝିଅ। ସୁଖଦ ମୁହୁର୍ତ୍ତରେ ପତ୍ନୀଙ୍କ ଅନୁପସ୍ଥିତିକୁ ଅନୁଭବ ନକରିବାକୁ ଏଭଳି ଢଙ୍ଗରେ ତମାମ ପ୍ରୟାସ କରିଛନ୍ତି ସ୍ବାମୀ।

ସ୍ବପ୍ନର ଘରେ ସୋଫାରେ ବସାଇ ପତ୍ନୀଙ୍କୁ ସଜାଇଲେ ସ୍ବାମୀ ଓ 2 ଝିଅ

author img

By

Published : Aug 11, 2020, 1:38 PM IST

ବେଙ୍ଗାଲୁର: ସ୍ବପ୍ନର ଘରେ ସୋଫାରେ ବସିଛନ୍ତି ତାଙ୍କ ପତ୍ନୀ। ଶାଢୀ ପିନ୍ଧାଇ ପାଦରେ ଅଳତା ଲଗାଉଛନ୍ତି ଦୁଇ ଝିଅ। ଆଉ ମନର ମାନସୀଙ୍କ ସ୍ବପ୍ନ ପୂରଣ ପରେ ପାଖରେ ବସି ଫଟୋରେ ସୁଖଦ ମୁହୁର୍ତ୍ତକୁ କଏଦ କରୁଛନ୍ତି ତାଙ୍କ ସ୍ବାମୀ। ଆଉ ପତୀ ଓ ପତ୍ନୀଙ୍କ ସେ ଅନାବିଳ ପ୍ରେମକୁ ମନେପକାଇ ଖୁସିରେ ଝୁରି ହେଉଛନ୍ତି କର୍ଣ୍ଣାଟକର ଜଣେ ଉଦ୍ୟୋଗପତି।

ସ୍ବପ୍ନର ଘରେ ସୋଫାରେ ବସାଇ ପତ୍ନୀଙ୍କୁ ସଜାଇଲେ ସ୍ବାମୀ ଓ 2 ଝିଅ
ସ୍ବପ୍ନର ଘରେ ସୋଫାରେ ବସାଇ ପତ୍ନୀଙ୍କୁ ସଜାଇଲେ ସ୍ବାମୀ ଓ 2 ଝିଅ

ତେବେ ସୋଫାରେ ବସିଥିବା ମହିଳା ଜଣକ ଜୀବନ୍ତ ଲାଗୁଥିଲେ ମଧ୍ୟ ବାସ୍ତବେ ସେ ଅବାସ୍ତବ। କାରଣ 2017 ମସିହାରେ ଏକ କାର ଦୁର୍ଘଟଣାରେ ସଭିଁଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ଉଦ୍ୟୋଗପତିଙ୍କ ଶ୍ରଦ୍ଧେୟ ପତ୍ନୀ ମାଧବୀ । ଆଉ ଆଜି ଡ୍ରିମ ହୋମରେ ପ୍ରବେଶ ସମୟରେ ଏଭଳି ସସ୍ନେହୀ ପତ୍ନୀଙ୍କୁ ମନେପକାଇଛନ୍ତି ସ୍ବାମୀ ଓ ଦୁଇ ଝିଅ। ସୁଖଦ ମୁହୁର୍ତ୍ତରେ ପତ୍ନୀଙ୍କ ଅନୁପସ୍ଥିତିକୁ ଅନୁଭବ ନକରିବାକୁ ଏଭଳି ଢଙ୍ଗରେ ତମାମ ପ୍ରୟାସ କରିଛନ୍ତି ସ୍ବାମୀ।

ସୂଚନା ଅନୁସାରେ, ଶିଳ୍ପପତି ଶ୍ରୀନିବାସ ଗୁପ୍ତାଙ୍କ ସ୍ତ୍ରୀ ମାଧବୀ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏବେ ସ୍ବାମୀ ସ୍ତ୍ରୀର ସିଲିକନ୍ ମହମ ପ୍ରତିମୂର୍ତ୍ତି ସହିତ କୋପାଲରେ ଘର ପ୍ରବେଶର ଉତ୍ସବ ପାଳନ କରିଥିଲେ। ''ମୋ ପତ୍ନୀଙ୍କୁ ମୋ ଘରେ ପୁଣି ଥରେ ରହିବା ଏକ ବଡ଼ ଅନୁଭବ, କାରଣ ଏହା ତାଙ୍କ ସ୍ୱପ୍ନର ଘର ଥିଲା । ମୋ ପତ୍ନୀଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବାକୁ ବେଙ୍ଗାଲୁରୁର ଜଣେ କଳାକାର ଶ୍ରେଧର ମୁର୍ତ୍ତୀ ଏକ ବର୍ଷ ସମୟ ନେଇଥିଲେ। ସ୍ଥାୟୀତା ପାଇଁ ଏହି ପ୍ରତିମୂର୍ତ୍ତି ପାଇଁ ସିଲିକନ୍ ବ୍ୟବହୃତ ହୋଇଥିଲା ବୋଲି ଶ୍ରୀନିବାସ ଗୁପ୍ତା କହିଛନ୍ତି।'' ସ୍ଥାପତ୍ୟ କାରିଗରଙ୍କ ସହାୟତାରେ ମାଧବୀଙ୍କ ସ୍ୱପ୍ନର ଘର ଭିତରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

''କାରିଗର ଜଣକ ମୋତେ ପରାମର୍ଶ ଦେଇଥିଲେ ଯେ ମହମ ପ୍ରତିମୂର୍ତ୍ତି ବଦଳରେ ସିଲିକନ୍ ପ୍ରତିମୂର୍ତ୍ତି ରହିବା ଉଚିତ ଯେହେତୁ ଆମେ କୋପାଲରେ ରହୁଛୁ ଯାହା ଏକ ଗରମ ସ୍ଥାନ ଅଟେ, ଏବଂ ମହମକୁ ବଜାୟ ରଖିବା ପାଇଁ ଏକ ଏସି ସବୁବେଳେ ଚାଲୁ ରହିବ । ତେଣୁ ତାଙ୍କ ପରାମର୍ଶ ଅନୁଯାୟୀ, ଆମେ ସିଲିକନର ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛୁ ବୋଲି ଗୁପ୍ତା କହିଛନ୍ତି।'' ଏହି ଚିତ୍ର ବୟାନ କରୁଛି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ସେ ଅତୁଟ ପ୍ରେମକୁ। ସ୍ତ୍ରୀ ମୃତ୍ୟୁର 3 ବର୍ଷ ବିତିଯାଇଥିଲେ ବି ତାଙ୍କ ପ୍ରତିଶୃତିକୁ ପାଳନ କରୁଛନ୍ତି ସ୍ବାମୀ।

ସେଥିପାଇଁ ତ କୁହାଯାଏ, ପତୀ ଓ ପତ୍ନୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି। ସ୍ବାମୀ ଯଦି ଗୋଟିଏ ଅଙ୍ଗ ହୁଏ ଅଧା ଅଙ୍ଗ ତାର ସ୍ତ୍ରୀ। ଜଣକ ବ୍ୟତିରକେ ଅନ୍ୟର ଜୀବନ ନୀରର୍ଥକ। ଯଦି ଗୋଟିଏ ବହିର ପୃଷ୍ଠାଗୁଡିକ ସ୍ତ୍ରୀ ହୁଏ ତାର ସ୍ବାମୀ ହେଉଛି ତାର ମଲାଟ। ସ୍ତ୍ରୀକୁ ସର୍ବଦା ସ୍ବାମୀ ସୁରକ୍ଷା ଦେବା ସହ ସାତ ଜନ୍ମକୁ ସାଥୀ କରିଥାଏ। ତେବେ ଜୀବନ ଠୁ ଅଧିକ ଭଲପାଉଥିବା ଲୋକଟି ଯେବେ ହାତ ଛାଡି ଚାଲିଯାଏ ତାର ଶୂନ୍ୟସ୍ଥାନ କେହି କେବେ ପୂରଣ କରିପାରନ୍ତି ନାହିଁ। ହେଲେ ତାର ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ତାର ପ୍ରିୟ ଲୋକଟି ପ୍ରଚେଷ୍ଟା କରିଥାଏ। ସେମିତି ସ୍ତ୍ରୀ ସ୍ବପ୍ନର ଘରକୁ ସାକାର କରି ଏବେ ଚର୍ଚ୍ଚାରେ ରହିଛନ୍ତି କର୍ଣ୍ଣାଟକର ଏହି ଉଦ୍ୟୋଗପତି।

ସ୍ତ୍ରୀ ବଞ୍ଚିଥିବା ବେଳେ ସେ ତାଙ୍କର ଅଭିଳାଷ ପୂରଣ କରିପାରିନଥିଲେ ସତ ହେଲେ ଏବେ ତାହା ସାକାର ହୋଇଛି। ସତରେ ପ୍ରେମ ଶଦ୍ଦଟି ଅଢେଇ ଅକ୍ଷର ହେଲେ ଭରି ରହିଥାଏ ଅନେକ ସ୍ମୃତି। ଜଣେ ସଚ୍ଚା ପ୍ରେମିକ ହିଁ ଜାଣିଥାଏ ତାର ପ୍ରକୃତ ଅର୍ଥ। ପୂର୍ବରୁ ଏମିତି ପ୍ରେମର ଅନେକ ନଜିର ରହିଛି। ଯାହାର ମୂକ ସାଖୀ ହେଉଛନ୍ତି ହୀର ରାଞ୍ଜା, ଲୈଲା ମଜନୁ, ରୋମିଓ ଜୁଲିଏଟ୍, ଶାହାଜାନ ମମତାଜ୍।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.