ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଗତ ବର୍ଷ ଏକ ପ୍ରସ୍ତାବ ପାରିତ କରିଥିଲେ । ଯେଉଁଥିରେ କୋର୍ଟ ପ୍ରକ୍ରିୟା ପାଇଁ A4 ସାଇଜ ପେପର ବା କାଗଜ ବ୍ୟବହାର କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାର କାର୍ଯ୍ୟକାରିତା ପାଇଁ ହାଇକୋର୍ଟ ଏପର୍ଯ୍ୟନ୍ତ ସରକାରଙ୍କ ଅନୁମତି ଗ୍ରହଣ କରିନାହାଁନ୍ତି ।
କର୍ଣ୍ଣାଟକ ହାଇକୋର୍ଟ 22 ଅଗଷ୍ଟ 2019 ରେ ଏହି ପ୍ରସ୍ତାବ ପାରିତ କରିଥିଲେ । ଏହି ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ବ୍ୟବହୃତ ଆଇନଗତ କାଗଜପତ୍ର ବଦଳରେ ସମସ୍ତ ପ୍ରକ୍ରିୟା ପାଇଁ A4 ସାଇଜ କାଗଜ ବ୍ୟବହାର କରିବାକୁ କୋର୍ଟରେ ନିବେଦନ କରାଯାଇଥିଲା । ହେଲେ ସରକାରଙ୍କ ତରଫରୁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଏବଂ ଏହାର କାର୍ଯ୍ୟକାରିତା ପାଇଁ ଅପେକ୍ଷା କରାଯାଇଛି ।
ଅଗଷ୍ଟ 2020 ରେ ଲ’ ଛାତ୍ରମାନେ ଏକ ଜନହୀତ ଯାଚିକା ଦାୟର କରିଥିଲେ । ତାଙ୍କ ଆବେଦନରେ, A4 ସାଇଜ କାଗଜ ବ୍ୟବହାରକୁ ଅନୁମତି ଦେବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ନିୟମ-1995, ଅଧ୍ୟାୟ 2 ର ନିୟମ 2 ରେ ସଂଶୋଧନ କରିବାକୁ ଅନୁମତି ମାଗିଥିଲେ । ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଓକା ଏବଂ ଜଷ୍ଟିସ ଏସ. ବିଶ୍ୱଜିତ ଶେଟ୍ଟୀଙ୍କ ଖଣ୍ଡପୀଠ ଲ’ ଛାତ୍ରଙ୍କ ଦ୍ବାରା ଦାୟର ଏହି ଜନହୀତ ଯାଚିକା ଉପରେ ଦୃଷ୍ଟି ଦେଇଥିଲେ । ଏହାସହ ରେଜିଷ୍ଟ୍ରାର-ଜେନେରାଲ ବା ଯିଏ ଏହି ନିୟମକୁ ସଂଶୋଧନ କରିବା ପାଇଁ ପୂର୍ଣ୍ଣ ଅଦାଲତର ଆବେଦନ ଉପରେ ରିପୋର୍ଟ ଦାଖଲ କରିବାକୁ ଉକ୍ତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।