ETV Bharat / bharat

ଏନଜିଓଙ୍କୁ କର୍ଣ୍ଣାଟକ ସରକାରଙ୍କ ତାଗିଦ, ପଲିଥିନରେ ବଣ୍ଟାଯିବନି ଖାଦ୍ୟ

ପଲିଥିନ ବ୍ୟାଗରେ ନୁହେଁ ବରଂ ପ୍ଲାଷ୍ଟିକ ବାକ୍ସରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବାକୁ ମଙ୍ଗଳବାର ଦିନ କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ଏନଜିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author img

By

Published : Apr 29, 2020, 1:03 PM IST

Karnataka govt
ଏନଜିଓ ମାନଙ୍କୁ କର୍ଣ୍ଣାଟକ ସରକାରଙ୍କ ତାଗିଦ, ପଲିଥିନରେ ବଣ୍ଟନ ହେବନି ଖାଦ୍ୟ

ବେଙ୍ଗାଲୁର: ଦେଶ ଲଢୁଛି କୋଭିଡ୍ ଯୁଦ୍ଧ। ଏହି ଯୁଦ୍ଧ ବିନା ଅସ୍ତ୍ରଶସ୍ତ୍ରରେ ସ୍ବଚ୍ଛତା ଓ ସଚେତନତାକୁ ପ୍ରାଧାନ୍ୟ ଦେଇ ଲଢାଯାଉଛି। ଦେଶରେ ଲକଡାଉନ ବଳବତ୍ତର ରହିଥିବା ବେଳେ ଫସି ରହିଥିବା ଲୋକଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସରକାରଙ୍କୁ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ଏହି ସମୟରେ ଖାଦ୍ୟ ବଣ୍ଟନକୁ ନେଇ କର୍ଣ୍ଣାଟକ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।

ସୂଚନା ଥାଉକି, ରାଜ୍ୟର ସଂଗଠନ ଏବଂ ଏନଜିଓମାନଙ୍କୁ ପଲିଥିନ ବ୍ୟାଗରେ ନୁହେଁ ବରଂ ପ୍ଲାଷ୍ଟିକ ବାକ୍ସରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବାକୁ ମଙ୍ଗଳବାର ଦିନ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି।

ସରକାରଙ୍କ ଅନୁଯାୟୀ, କୋଭିଡ -19 ସମୟରେ କେବଳ ସରକାରୀ ବିଭାଗ ଏବଂ ଏଜେନ୍ସି ନୁହେଁ ବିଭିନ୍ନ ସଂଗଠନ ଏବଂ ଏନଜିଓ ମଧ୍ୟ ପଲିଥିନ କଭରରେ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ତେଣୁ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଲିଥିନ କଭର ବଦଳରେ ପ୍ଲାଷ୍ଟିକ ବାକ୍ସରେ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.