ETV Bharat / bharat

କୋରୋନା ପଞ୍ଝାରେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ - Karnataka Education Minister tests coronavirus positive

କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ଏସ. ସୁରେଶ କୁମାର କୋରୋନା ସଂକ୍ରମିତ । କୋଭିଡରେ ଆକ୍ରାନ୍ତ ହେବା ପରେ ହୋମ ଆଇସୋଲେସନରେ ରହିଥିବା ସୂଚନା । ଅଧିକ ପଢନ୍ତୁ....

Karnataka Education Minister tests coronavirus positive
କୋରୋନା ପଞ୍ଝାରେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ
author img

By

Published : Oct 6, 2020, 9:02 AM IST

ବେଙ୍ଗାଲୁରୁ : କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ଏସ. ସୁରେଶ କୁମାର କୋରୋନା ସଂକ୍ରମିତ । କୋଭିଡରେ ସଂକ୍ରମଣ ହେବା ପରେ ସେ ହୋମ କ୍ବାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି । ଏନେଇ ସେ ଟୁଇଟର ଯୋଗେ ସୂଚନା ଦେଇଛନ୍ତି । ତେବେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ,ଉପମୁଖ୍ୟମନ୍ତ୍ରୀ ଗୋବିଦ କରଜୋଲ ଏବଂ କ୍ୟାବିନେଟ ବିଭାଗର ମନ୍ତ୍ରୀ ସି.ଏନ ଅଶ୍ବନାଥ ନାରାୟଣ, ଜେ.ସି ମଧୁସ୍ବାମୀ, ବାସଭରାଜ ବମ୍ମାଇ, କେ ଗୋପାଲାୟା, ବୀରଥୀ ବାସଭାରାଜ, ପ୍ରଭାସ ଚାବନ, ଶିବରାମ ହେବର, କେ। ଇଶ୍ବରପ୍ପା ଓ ବି ଶ୍ରୀରାମୁଲୁ କୋରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି ।

ବିଧାନସଭା ବାଚସ୍ପତି ବିଶ୍ବନାଥ ହେଗଡେ କାଗେରିଙ୍କ ଅନୁଯାୟୀ, ବିଜେପିର ପ୍ରାୟ 70 ଜଣ ବିଧାୟକ ,ବିରୋଧୀ କଂଗ୍ରେସ ଏବଂ ଜେଡିଏସ ଏକାଧିକ ନେତା କୋଭିଡରେ ସଂକ୍ରମିତ ହୋଇଥିଲେ ।ବିରୋଧୀ ଦଳର ନେତା ସିଦ୍ଧରମେୟା, ରାଜ୍ୟ ୟୁନିଟ ସଭାପତି ଡି.କେ ଶିବାକୁମାର ଆଇନଜୀବୀ ଏଚ.କେ ପାଟିଲ ଏବଂ ଦୀନେଶ ଗୁଣ୍ଡୁ ରାଓ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.