ETV Bharat / bharat

ଅଯୋଗ୍ୟ ବିଧାୟକଙ୍କୁ ଆଶ୍ବସ୍ତି; ଲଢିପାରିବେ ନିର୍ବାଚନ - ଲଢିପାରିବେ ନିର୍ବାଚନ

କର୍ଣ୍ଣାଟକ ରାଜନୀତିରେ ପୁଣିଥରେ ହଲଚଲ । ସମସ୍ତ ଅଯୋଗ୍ୟ ବିଧାୟକ ଯୋଗ୍ୟ ବିବେଚିତ । ଲଢିପାରିବେ ନିର୍ବାଚନ ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ
author img

By

Published : Nov 13, 2019, 1:24 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ବଡ ରାୟ । ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ଓ ଜନତା ଦଳ ସେକ୍ୟୁଲାର (ଜେଡିଏସ)ର ସମସ୍ତ ୧୭ ବିଧାୟକ ଉପନିର୍ବାଚନ ଲଢିପାରିବେ । ଆଜି ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇଛନ୍ତି।

ହେଲେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାକୁ ଠିକ ବୋଲି କହିଛନ୍ତି ସର୍ବୋଚ୍ଚ ଅଦଲାତ । ଏହାସହ କହିଛନ୍ତି ଗଣତନ୍ତ୍ରରେ ଜଣଙ୍କୁ ଦୀର୍ଘଦିନ ଅଯୋଗ୍ୟ କରିବା ଠିକ ନୁହେଁ ବୋଲି ଟିପ୍ପଣୀ ଦେଇଛନ୍ତି । ଏହି ସମସ୍ତ ବିଧାୟକଙ୍କୁ କର୍ଣ୍ଣାଟକ ବିଧାନସଭାର ତତ୍କାଳୀନ ବାଚସ୍ପତି କେ ଆର ରମେଶ କୁମାର ଦଳ ବିରୋଧୀ କାମ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ । ଏହାରି ବିରୋଧରେ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଫଳରେ ଆସନ୍ତା ଡିସେମ୍ବର 5ରେ ଏହି 17 ଆସନ ପାଇଁ ଉପ-ନିର୍ବାଚନ ହେବ । ତେବେ ସର୍ବୋଚ୍ଚ ଅଦାଲତାଙ୍କ ରାୟ ପରେ ସମସ୍ତ ଅଯୋଗ୍ୟ ବିଧାୟକ ଆଶ୍ବସ୍ତି ପ୍ରକାଶ କରିଛନ୍ତି । କାରଣ ହେବାକୁଥିବା ଉପ-ନିର୍ବାଚନରେ ଏହି ସମସ୍ତ ଅଯୋଗ୍ୟ ବିଧାୟକ ନିର୍ବାଚନ ଲଢିପାରିବେ । ଏହାକୁ ନେଇ ଏବେ କର୍ଣ୍ଣାଟକ ରାଜନୀତି ପୁଣିଥରେ ସରଗରମ ହୋଇପଡିଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ପ୍ରଥମ ସପ୍ତାହରେ କଂଗ୍ରେସର ୧୪ ଓ ଜେଡିଏସର ୩ ଜଣ ବିଧାୟକ ନିଜ ନିଜ ପଦବୀ ଏବଂ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ କୁମାରସ୍ବାମୀଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରର ପତନ ଘଟିଥିଲା । ଏହାପରେବି ଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ବରେ ବିଜେପି କ୍ଷମତାକୁ ଫେରି ଶାସନ କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.