ETV Bharat / bharat

କାହା ହାତରେ ‘ସ୍ବାମୀ’ ଙ୍କ ଆୟୁଷ ? - Trust Vote in Karnataka

କେବେ ସରିବ କର୍ଣ୍ଣାଟକ ନାଟକ? ସୋମବାର କ୍ଲାଇମେକ୍ସ ନା ପୁଣି ଲମ୍ବିଯିବ ଡ୍ରାମା? ହେଲେ ଏହା ସତ, ନାମକୁ ମାତ୍ର ମୁଖ୍ୟ କୁହାଯାଉଥିବା ସାମ୍ବିଧାନିକ ବ୍ୟକ୍ତିବିଶେଷ ବହୁଗୁରୁତ୍ବପୂର୍ଣ୍ଣ କ୍ଷମତାର ଅଧିକାରୀ । ଯାହା କର୍ଣ୍ଣାଟକ କହୁଛି ।

ଫାଇଲ ଫଟୋ
author img

By

Published : Jul 20, 2019, 6:33 PM IST

ବେଙ୍ଗାଲୁରୁ: କାହା ହାତରେ ‘ସ୍ବାମୀ’ ଙ୍କ ଆୟୁଷ? ଆୟୁଷ ବଢାଇବା ପଛରେ କାହାର ରହିଛି ଭୂମିକା ? କିଏ ଦେଉଛି ‘ସ୍ବାମୀ’ଙ୍କୁ ଅକ୍ସିଜେନ ? ଗୃହ ମୁରବୀ ନା ଆଉ କିଏ ? ଭେଣ୍ଟିଲେଟରରେ କୁମାରସ୍ୱାମୀଙ୍କ ସରକାର । ସୋମବାର ଭିତରେ ମିଳିବ କି ଜୀବନଦାନ ? ନା ଭାଙ୍ଗିଯିବ ସବୁ ଆଶା ଭରଷା ।

ନାଟକର ନାଁ କର୍ଣ୍ଣାଟକ ରାଜନୀତି । ସାରା ଦେଶର ନଜର ଏବେ ଏହି ନାଟକ ଉପରେ । କେବଠୁ ଆରମ୍ଭ ହେଲାଣି ନାଟକ । ହେଲେ ସରିବାର ନାଁ ଧରୁନି । ଲମ୍ବି ଚାଲିଛି ଏହି ହାଇଭୋଲଟେଜ ପଲିଟିକାଲ ଡ୍ରାମା। ମୁହାଁମୁହିଁ ହୋଇଛନ୍ତି ଦୁଇ ସାମ୍ବିଧାନିକ ସୁରକ୍ଷାଦାତା । ଆଉ ଏହାରି ଭିତରେ ଦେଶ ଦେଖୁଛି ରାଜ୍ୟପାଳ ଓ ବାଚସ୍ପତିଙ୍କ ପାଖରେ ଥିବା ଅସଲ କ୍ଷମତା । ଯେଉଁ କ୍ଷମତା କହୁଛି ନାମକୁମାତ୍ର ମୁଖ୍ୟ କୁହାଯାଉଥିବା ପଦର ଅସଲ ଗାରିମା ।

15 ବିଧାୟକଙ୍କ ଇସ୍ତଫା ପରେ ଏବେ କର୍ଣ୍ଣାଟକ ରାଜନୀତିରେ ହାଇ ଭଲଟେଜ ଡ୍ରାମା । ବାର୍ଦ୍ଧକ୍ୟ ନାହିଁ, ତଥାପି ମୃତ୍ୟୁଶଯ୍ୟାରେ ରାଜ୍ୟ ସରକାର । ଫେଲ ମାରିଛି ବିଧାୟକଙ୍କୁ ମନାଇବା ପାଇଁ ହୋଇଥିବା ସମୟ ଉଦ୍ୟମ । ହେଲେ ପ୍ରୟାସ ସରୁନି । ଗୁରୁବାର କୁମାରସ୍ବାମୀ ସରକାରକୁ ବହୁମତ ପ୍ରମାଣ କରିବାର ଥିଲା । ଏନେଇ ରାଜ୍ୟପାଳ ନିର୍ଦ୍ଦେଶ ବି ଦେଇଥିଲେ । ହେଲେ ଶୁକ୍ରବାର ପର୍ଯ୍ୟନ୍ତ ଗଡେଇ ନେଇଥିଲେ ବାଚସ୍ପତି । ଶୁକ୍ରବାର ପ୍ରଥମେ ଦିନ 1.30 ଏବଂ ପରେ ସନ୍ଧ୍ୟା 6 ଭିତରେ ଫ୍ଲୋର ଟେଷ୍ଟ ପାଇଁ ଆସିଥିଲା ବାଚସ୍ପତିଙ୍କ ନିର୍ଦ୍ଦେଶ । ହେଲେ ବିନା ଅନୁମତିରେ ସୋମବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି କୁମାରସ୍ବାମୀ । ବିଧାନସଭାରେ ନିଜକୁ ବତାଇଲେ ଭାବୁକ ମୁଖ୍ୟମନ୍ତ୍ରୀ ।

ଗୋଟିଏ ପଟେ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଅନ୍ୟପଟେ ରାଜ୍ୟପାଳଙ୍କ ଭୂମିକା ନେଇ ସୁପ୍ରିମକୋର୍ଟରେ କୁମାରସ୍ବାମୀ । ବିଦ୍ରୋହୀ ବିଧାୟକଙ୍କୁ କାବୁ କରିବା ପାଇଁ କଂଗ୍ରେସ ବି ଯାଇଛି ସୁପ୍ରିମକୋର୍ଟ । ଆଉ ଏହାରି ଭିତରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଚାଲିଛି ଭରପୁର ପ୍ରୟାସ । ଫୋକସରେ ମୁମ୍ବାଇର ସେହି ହୋଟେଲ, ଯେଉଁ ହୋଟେଲରେ ଅଛନ୍ତି ସମସ୍ତ ବିଦ୍ରୋହୀ ବିଧାୟକ । ଯେଉଁ ହୋଟେଲ ଉପରେ ପୁରା ନଜର ରଖିଛି ବିଜେପି । କେତେବେଳେ ଭାଙ୍ଗିବ ସରକାର, ପ୍ରତିଟି ମୂହୁର୍ତ୍ତକୁ ଗଣୁଛନ୍ତି ୟେଦୁରପ୍ପା ।

ଏପରି ବି ହୋଇପାରେ କ୍ଷମତା ଲଢେଇ । ହେଲେ ଏ ନାଟକରେ ଏବେ ସସପେନ୍ସ ଉପରେ ସସପେନ୍ସ । ସୋମବାର କ୍ଲାଇମେକ୍ସ ନା ପୁଣି ଲମ୍ବିଯିବ ଡ୍ରାମା ? ହେଲେ ଏହା ସତ, ନାମକୁ ମାତ୍ର ମୁଖ୍ୟ କୁହାଯାଉଥିବା ସାମ୍ବିଧାନିକ ବ୍ୟକ୍ତିବିଶେଷ ବହୁଗୁରୁତ୍ବପୂର୍ଣ୍ଣ କ୍ଷମତାର ଅଧିକାରୀ । ଯାହା କର୍ଣ୍ଣାଟକ କହୁଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.