ETV Bharat / bharat

ଡେଡଲାଇନ ପାର: ଆସ୍ଥା ଭୋଟ ଦେଲେନି କୁମାରସ୍ବାମୀ

author img

By

Published : Jul 19, 2019, 1:57 PM IST

ନୂଆ ମୋଡ ନେଲା କର୍ଣ୍ଣାଟକ ନାଟକ । ରାଜ୍ୟପାଳଙ୍କ ଧାର୍ଯ୍ୟ ସମୟସୀମା ମଧ୍ୟରେ ହେଲାନି ଆସ୍ଥା ଭୋଟ । ସନ୍ଧ୍ୟା 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ।

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକର ହାଇଭୋଲଟେଜ ଡ୍ରାମାରେ ଆସିଲା ନୂଆ ଟ୍ବିଷ୍ଟ । ବିଜେପି କହୁଛି ଶୀଘ୍ର କର ଆସ୍ଥା ଭୋଟ । କଂଗ୍ରେସ କହୁଛି ପ୍ରସ୍ତୁତ ହୋଇନାହୁଁ, ଆମକୁ ଆହୁରି ସମୟ ଦରକାର । ଇତି ମଧ୍ୟରେ ଗଡିଗଲାଣି ରାଜ୍ୟପାଳ ଦେଇଥିବା ଧାର୍ଯ୍ୟ ସମୟ । ତେବେ ଏହି ପରିପେକ୍ଷିରେ ବିଜେପି ବିଧାୟକ ପୁଣିଥରେ ରାଜ୍ୟପାଳଙ୍କ ନିକଟକୁ ଫେରାଦ ହୋଇପାରେ । ଏପଟେ ସନ୍ଧ୍ୟା 3ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ସୂଚନା ମୁତାବକ, ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଅସହାୟତା ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆସ୍ଥା ଭୋଟ କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ମଧ୍ୟ ଏଥିରେ ରାଜ୍ୟପାଳଙ୍କ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ।

ସେପଟେ ବିଜେପି ଆସ୍ଥା ଭୋଟ ଶୀଘ୍ର କରିବାକୁ ଦାବି କରୁଛି । ତେବେ ଏହି ରାଜନୈତିକ ନାଟକ ଆଗକୁ କେଉଁ ମୋଡ ନେବ ସେଥିରେ ଏବେ ବି ସସ୍‌ପେନ୍ସ ଜାରି ରହିଛି ।

Intro:ଆୟବହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶକଟକ ଭିଜିଲାନ୍ସ ସେଲ ପକ୍ଷରୁ ବ୍ରହ୍ମପୁର ଡି.ଏଫ୍.ଓ ଆଶିଷ କୁମାର ବେହେରା ଙ୍କ ସରକାରୀ ବାସଭବନ ସମେତ ନଅଗୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି ।ଡି.ଏଫ୍. ଓ ଙ୍କ ରାଜଧାନୀ ଭୁବନେଶ୍ବର ଠାରେ ରହିଥିବା ମିନି ତ୍ରୀଭୁବନ ଆପାର୍ଟମେଣ୍ଟ ସମେତ ଵ୍ରହ୍ମପୁର କାର୍ଯ୍ୟାଳୟ ଭ°ଞ୍ଜନଗର ପୈତୃକ ବାସଭବନ , ଦିଗପହଣ୍ଡି ସ୍ଥିତ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ,ଖଲ୍ଲିକୋଟ ରେଞ୍ଜର ଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବାସଭବନରେ ଏକ ସଙ୍ଗେ ଏହି ଚଢ଼ାଉ କରାଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.