ବେଙ୍ଗାଲୁରୁ: କୋରୋନା ଭୟରେ ମୃତଦେହ ନେଲେନି ପରିବାର । ଶେଷରେ ଅନ୍ତିମ ସଂସ୍କାର କଲେ ପୋଲିସ କର୍ମୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଙ୍ଗାଲୁରୁର ଚମରାଜପୁରରେ।
ଆଶ୍ଚର୍ଯ୍ୟର ବିଷୟ ଯେ, 44ବର୍ଷୀୟ ଏହି ବ୍ୟକ୍ତିଙ୍କ ମୃତ୍ୟୁ କୋରୋନାରେ ହୋଇନାହିଁ । ମୃତ୍ୟୁ ପ୍ରକୃତରେ ହାତୀ ଆକ୍ରମଣରେ ହୋଇଥିଲା ।
ଏନେଇ ପୋଲିସ ମୃତକଙ୍କ ପରିବାରକୁ ଜଣାଇଥିଲା । କିନ୍ତୁ ପରିବାର ଲୋକଙ୍କୁ କୋରୋନାର ଭୟ ଏତେ ମାଡି ବସିଛି ଯେ, ସେମାନେ ମୃତଦେହ ସଂସ୍କାର କରିବା ପାଇଁ ସମ୍ପୂର୍ଣ୍ଣ ମନା କଲେ । ଶେଷରେ ହିନ୍ଦୁ ରୀତିନୀତି ଅନୁସାରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଥିଲା ପୋଲିସ ।