ବେଙ୍ଗାଲୁରୁ : ଦେଶରେ ଲଞ୍ଚ ହୋଇଛି ପ୍ରଥମ ଇଣ୍ଟିଗ୍ରେଟେଡ ଏୟାର ଆମ୍ବୁଲାନ୍ସ । ICATT ଓ Kyathi ର ମିଳିତ ଉଦ୍ୟମରେ ଇଣ୍ଟିଗ୍ରେଟେଡ ଏୟାର ଆମ୍ବୁଲାନ୍ସ ନିର୍ମାଣ କରାଯାଇଛି । ମଙ୍ଗଳବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଦ୍ବାରା ଏହା ଉନ୍ମୋଚନ୍ ହୋଇଥିଲା ।
ଦେଶରେ ପ୍ରଥମ ଇଣ୍ଟିଗ୍ରେଟେଡ୍ ଏୟାର-ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ICATT ର ଜରୁରୀକାଳୀନ ଚିକିତ୍ସା ସେବା ବିଶେଷଜ୍ଞ ଏକ ଟିମ୍ ଏବଂ ବିମାନ ଚଳାଚଳ ପ୍ରଯୁକ୍ତିବିଦ୍ୟା ଫାର୍ମା Kyathi ଏକତ୍ରିତ ହୋଇଛନ୍ତି।
ICATT-Kyathi ର ଫିକ୍ସଡ ୱିଙ୍ଗ ବିମାନ ଦୀର୍ଘ ଦୂରତା ବିଶିଷ୍ଟ ଜରୁରୀକାଳୀନ ଚିକିତ୍ସା ପରିବହନରେ ସକ୍ଷମ, ହେଲିକପ୍ଟର ଏବଂ ଲ୍ୟାଣ୍ଡ ଆମ୍ବୁଲାନ୍ସ ସେବା ଯୋଗାଇବ । ଫିକ୍ସଡ ୱିଙ୍ଗ ଏୟାର ଆମ୍ବୁଲାନ୍ସ ବେଙ୍ଗାଲୁରୁର ହାଲ ବିମାନବନ୍ଦରରେ ରଖାଯିବ।
ଆମ୍ବୁଲାନ୍ସଟି ଅତ୍ୟାଧୁନିକ ଜର୍ମାନୀ ଆଇସୋଲେସନ୍ ପୋଡ୍ ସହିତ ସଜ୍ଜିତ । ICATT-Kyathi ମଧ୍ୟ ଗୁରୁତର କୋଭିଡ ରୋଗୀଙ୍କ ପାଇଁ ନିରାପଦ ପରିବହନକୁ ସକ୍ଷମ କରିବ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ୟେଦିରୁପ୍ପା କହିଛନ୍ତି ଯେ, ଜରୁରୀକାଳୀନ ସମୟରେ ସମୟାନୁବର୍ତ୍ତୀ ତଥା ଶୀଘ୍ର ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । "ICATT-Kyathi ର ସମନ୍ୱିତ ଏୟାର ଆମ୍ବୁଲାନ୍ସ ସେବାର ପ୍ରବର୍ତ୍ତନ କେବଳ ଶୀଘ୍ର ଚିକିତ୍ସା ସହାୟତା ନୁହେଁ ବରଂ ଉଡ଼ାଣ ସମୟରେ ଗୁରୁତର ଚିକିତ୍ସା ପାଇଁ ତାଲିମ ପ୍ରାପ୍ତ ବରିଷ୍ଠ ଡାକ୍ତର ଏବଂ ପାରାମେଡିକ୍ସ ମଧ୍ୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ