ETV Bharat / bharat

କୋରୋନା ସହାୟତା: ବର୍ଷକର ଦରମା ଦେବେ ୟେଦୁରପ୍ପା - କୋରୋନା ଭାଇରସ ଖବର

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମହାମାରୀ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ବର୍ଷର ଦରମା ପ୍ରଦାନ କରିବେ । ରାଜ୍ୟର ଲୋକଙ୍କୁ ଏହି ଘଡିସନ୍ଧି ମୂହୁର୍ତ୍ତରେ କୋରୋନାର ମୁକାବିଲା ପାଇଁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

karnataka-cm-b-s-yedurappa-pay-1-year-salary-pay-to-covid19fund
କୋରୋନା ମୁକାବିଲା ପାଇଁ ବର୍ଷକର ଦରମା ଦେବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା
author img

By

Published : Apr 1, 2020, 1:15 PM IST

ବେଙ୍ଗାଲୁର: ସାରା ବିଶ୍ବରେ ମହାମାରୀ ଆତଙ୍କ ଖେଳାଇଛି । ମହାମାରୀ କୋରୋନା ମୁକାବିଲା ପାଇଁ ସମାଜର ବିଭିନ୍ନ ଲୋକ ଦାନ କରୁଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମହାମାରୀ କୋରୋନା ମୁକାବିଲା ପାଇଁ ଏକ ବର୍ଷର ଦରମା ପ୍ରଦାନ କରିବେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କୋରୋନା ସହାୟତା ଭାବରେ ନିଜର ଏକ ବର୍ଷର ଦରମା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ରାଜ୍ୟକୁ ସାହାଯ୍ୟ କରିବାକୁ ଯଥା ସମ୍ଭବ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଜଣାଇଦିଆଯାଇଛି ।

କର୍ଣ୍ଣାଟକରେ 101 ଜଣ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ 3 ଜଣ ମୃତ୍ୟୁବରଣ କରିଛନ୍ତି । 8 ଜଣ ବ୍ୟକ୍ତି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା 1400 କୁ ବୃଦ୍ଧି ପାଇଛି ଏବଂ ମହାମାରୀ କୋରୋନା ଯୋଗୁଁ ମୃତ୍ୟୁସଂଖ୍ୟା 36ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.