ନୂଆଦିଲ୍ଲୀ /ବେଙ୍ଗାଲୁରୁ: ବିଏସ ୟେଦୁରପ୍ପାଙ୍କ ସରକାରରେ ହେବାକୁ ଯାଉଛି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଜାନୁଆରୀ 13 ତାରିଖରେ ୟେଦୁରପ୍ପାଙ୍କ ସରକାରରେ ସାମିଲ ହେବେ 7 ଜଣ ମନ୍ତ୍ରୀ ।
ରବିବାର ଏନେଇ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ । ଶାହଙ୍କ ସହ ସାକ୍ଷାତ କରିବା ପରେ କ୍ୟାବିନେଟ ବିସ୍ତାର କରିବାକୁ ଅନୁମତି ମିଳିଛି ।
ଗତବର୍ଷ କର୍ଣ୍ଣାଟକ କ୍ୟାବିନେଟ ବିସ୍ତାର ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ବିସ୍ତାରରେ ବିଳମ୍ବ ହେବାରୁ କେତେକ ବରିଷ୍ଠ ବିଧାୟକ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଗଣମାଧ୍ୟମ ସାମ୍ନାରେ କ୍ୟାବିନେଟ ବିସ୍ତାର ନେଇ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରମଣ୍ଡଳରେ 27 ମନ୍ତ୍ରୀ ଅଛନ୍ତି । ହେଲେ ରାଜ୍ୟରେ ଅଧିକାଂଶ 34 ଜଣ ମନ୍ତ୍ରୀ ରହିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ