ବେଙ୍ଗାଲୁରୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି ବିଏସ ୟେଦୁରପ୍ପା । ଆଜି ବିଧାନସଭାରେ ସାବ୍ୟସ୍ତ କରିବେ ବହୁମତ ।
ଆସ୍ଥା ଭୋଟକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ଏକ ହୋଟେଲରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି । ବୈଠକ ପରେ ରାତିରେ ବିଧାୟକମାନେ ଏହି ହୋଟେଲରେ ରହିଥିବା ଜଣାପଡିଛି ।
ବୈଠକରେ ବିଶ୍ବାସ ମତକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ବିଜେପି ପାଖରେ 105 ବିଧାୟକ ଥିବା ବେଳେ ଆଜି ଶତ ପ୍ରତିଶତ ବହୁମତ ସାବ୍ୟସ୍ତ କରିବା ନେଇ ୟେଦୁରପ୍ପା କହିଛନ୍ତି ।