ETV Bharat / bharat

'ଶିବକୁମାରଙ୍କ ଗିରଫ ପଛରେ ସିଦ୍ଧରମୈୟାଙ୍କ ହାତ'

କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ଗିରଫ ପରେ ଲାଗି ରହିଛି ରାଜନୈତିକ ବାକଯୁଦ୍ଧ । ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ଗିରଫଦାରୀ ପଛରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ହାତ ରହିଛି ବୋଲି ବୟାନ ଦେଇଛନ୍ତି ରାଜ୍ୟ ବିଜେପି ମୁଖ୍ୟ ।

author img

By

Published : Sep 8, 2019, 8:21 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ଗିରଫ ପରେ ଲାଗି ରହିଛି ରାଜନୈତିକ ବାକଯୁଦ୍ଧ । କଂଗ୍ରେସର ତୁଙ୍ଗନେତା ଏହାକୁ ନେଇ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଏବେ ପଦାକୁ ଆସୁଛି । ରାଜ୍ୟ ବିଜେପି ମୁଖ୍ୟ ନଳିନ କୁମାର ଏନେଇ ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ନଳିନ କୁମାର କରିଛନ୍ତି, ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ଗିରଫଦାରୀ ପଛରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ହାତ ରହିଛି । ତେବେ ଅଣ୍ଟି ଛୁରୀ ତଣ୍ଟି କାଟିବା ଭଳି ଏହି ଘଟଣା ହୋଇଛି ନିଜର ମତ ରଖିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ନଳିନ କୁମାର ।

କେବଳ ଏତିକି ନୁହେଁ, ଶିବକୁମାରଙ୍କ ଗିରଫଦାରୀ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ବି ନିଜର ମତ ରଖିଥିଲେ । ସେ କହିଥିଲେ, ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଏହି ଇଡି ଜାଲରୁ ସେ ଶୀଘ୍ର ମୁକୁଳି ଯାଆନ୍ତୁ । ଆଇନ ତା ବାଟରେ ଯାଉଛି, ଯଦି ନିର୍ଦ୍ଦୋଷ ହୋଇଥିବେ ତେବେ ସେ ନିଶ୍ଚିତ ଖଲାସ ହେବେ ।

ସୂଚନାଯୋଗ୍ୟ, ମନିଲଣ୍ଡ୍ରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେପ୍ଟେମ୍ବର 3ରେ ଇଡି ଦ୍ବାରା ଗିରଫ ହୋଇଛନ୍ତି କଂଗ୍ରେସ ନେତା ଡି.କେ ଶିବକୁମାର । 2016 ବିମୁଦ୍ରୀକରଣ ପରେ ଇନକମନ ଟ୍ୟାକ୍ସ ଓ ଇଡିର ସ୍କାନରରେ ଥିଲେ ଶିବକୁମାର ।

Intro:Body:

ବେଙ୍ଗାଲୁରୁ: କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ଗିରଫ ପରେ ଲାଗି ରହିଛି ରାଜନୈତିକ ବାକଯୁଦ୍ଧ । କଂଗ୍ରେସର ତୁଙ୍ଗନେତା ଏହାକୁ ନେଇ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଏବେ ପଦାକୁ ଆସୁଛି । ରାଜ୍ୟ ବିଜେପି ମୁଖ୍ୟ ନଳିନ କୁମାର ଏନେଇ ଏକବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.