ETV Bharat / bharat

ପ୍ରତି ରବିବାର କର୍ଣ୍ଣାଟକରେ ଲାଗୁ ହେବ ସମ୍ପୂର୍ଣ୍ଣ ଲକଡାଉନ - Full Lockdown On Sundays From July 5

ଦେଶରେ ଅନିୟନ୍ତ୍ରିତ କୋରୋନା ଭାଇରସ । ଦୈନିକ ଭାଙ୍ଗୁଛି ରେକର୍ଡ ସଂଖ୍ୟକ କୋରୋନା ମାମଲା । ସେପଟେ କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ପ୍ରତି ରବିବାରକୁ ସମୂର୍ଣ୍ଣ ଲକଡାଉନ ରଖିବାକୁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ପ୍ରତି ରବିବାର କର୍ଣ୍ଣାଟକରେ ଲାଗୁ ହେବ ସମ୍ପୂର୍ଣ୍ଣ ଲକଡାଉନ

author img

By

Published : Jun 28, 2020, 9:24 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକଡାଉନ ରହିବ । ଜୁଲାଇ 5 ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଘୋଷଣା କରିଛନ୍ତି ।

ଶନିବାର ରାଜ୍ୟରେ କୋରୋନା ଭାଇରସ ସ୍ଥିତିକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଏକ ସମୀକ୍ଷା ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟାକଳାପ ପାଇଁ ଅନୁମତି ଦିଆଯିବ ନାହିଁ ।

ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ କର୍ଫ୍ୟୁରେ ପରିବର୍ତ୍ତନ କରାଯାଇ ଜୁନ 29 ତାରିଖରୁ ରାତି 8 ରୁ ସକାଳ 5 ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖାଯିବ। ଏହା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଦିନ ବନ୍ଦ ରହିବ । ଏହା ଜୁଲାଇ 10 ରୁ କାର୍ଯ୍ୟକାରୀ ହେବ ବୋଲି ସିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ହୋଲସେଲ ମାର୍କେଟରେ ଲୋକଙ୍କ ଭିଡ ନ ଜମିବା ପାଇଁ ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଲିକେ କମିଶନ ପକ୍ଷରୁ ଅନେକଗୁଡିକ ହୋଲ ସେଲ ମାର୍କେଟ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଶନିବାର 918 କୋରୋନା ଭାଇରସ ମାମଲା ରିପୋର୍ଟ ହୋଇଛି । ଏହା ରାଜ୍ୟରେ ସର୍ବାଧିକ ଦିନିକିଆ ବୃଦ୍ଧି ଘଟିଛି । ଏଥିସହ 11 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମାମଲା 11,923 କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରୁ 7,287 ଜଣ ସୁସ୍ଥ ହୋଇଛନ୍ତି ଏବଂ 191 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.