ETV Bharat / bharat

ସୋମବାର ଆସିବ କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ ଫଳ; ବିଜେପିକୁ ଆବଶ୍ୟକ 6ଟି ଆସନ

ୟେଦୁରପ୍ପା ସରକାରଙ୍କ ପାଇଁ ଅଗ୍ନୀ ପରୀକ୍ଷା । ସରକାର ବଞ୍ଚାଇବାକୁ ହେଲେ 6ଟି ଆସନରେ ବିଜୟୀ ହେବାକୁ ପଡିବ । କଣ ରହିଛି ବର୍ତ୍ତମାନର ସ୍ଥିତି...

PHOTO
କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ
author img

By

Published : Dec 9, 2019, 12:44 AM IST

ବେଙ୍ଗାଲୁରୁ: ସୋମବାର ବିଜେପି ପାଇଁ ଆଉ ଏକ ବଡ ପରୀକ୍ଷା ହେବାକୁ ଯାଉଛି । ସୋମବାର ଆସିବ କର୍ଣ୍ଣାଟକ ବିଧାନସଭାର ଉପ-ନିର୍ବାଚନ ଫଳ । ଗତ 4ମାସ ତଳେ ରାଜ୍ୟରେ ନାଟକୀୟ ଢଙ୍ଗରେ କ୍ଷମତାକୁ ଫେରିଥିବା ୟେଦୁରପ୍ପା ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି । 224 ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନରେ ବର୍ତ୍ତମାନ ବିଜେପି 105 ସଂଖ୍ୟା ସହ ଶାସନ କରୁଛି । ଚଳିତମାସ 5ରେ ହୋଇଥିବା ଉପ-ନିର୍ବାଚନ ପାଇଁ ଶାସକ ଦଳକୁ ଅତିକମରେ 6ଟି ଆସନରେ ବିଜୟୀ ହେବାକୁ ପଡିବ ।

ଗତବର୍ଷ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି 105, ଜେଡିଏସ 39, କଂଗ୍ରେସକୁ 76 ସିଟ ମିଳିଥିଲା । ତେବେ ନାଟକୀୟ ଢଙ୍ଗରେ ଜେଡିଏସ ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ । ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଥିଲା । ହେଲେ ମାତ୍ର 13 ମାସରେ ଏହି ସରକାରର ପତନ ଘଟିଥିଲା । ଉଭୟ ଦଳର 17 ଜଣ ବିଧାୟକ ଇସ୍ତଫା ଦେବାପରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା । କୁମାର ସ୍ବାମୀଙ୍କ ନେତୃତ୍ବାଧିନ ସରକାର ଆସ୍ଥା ଭୋଟରେ ବିଫଳ ହେବା ପରେ ସରକାର ଭାଙ୍ଗିଥିଲା । ପରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଛି ।

କିନ୍ତୁ ଯେଉଁ 17ଟି ଆସନ ଖାଲି ହୋଇଛି ସେଥିମଧ୍ୟରୁ 15ଟି ଆସନରେ ଚଳିତମାସ 5ରେ ଉପ-ନିର୍ବାଚନ ହୋଇଛି । ଯେଉଁଥିରେ ସରକାର ବଞ୍ଚାଇବା ପାଇଁ ବିଜେପିକୁ ଅତି କମରେ 6ଟି ଆସନରେ ବିଜୟୀ ହେବାକୁ ପଡିବ । ନଚେତ ସରକାର ଭୁଷୁଡିଯିବ । ତେବେ ସ୍ଥାନୀୟ ଗଣମାଧ୍ୟମର ଏକଜିଟ ପୋଲର ଆକଳନ ଅନୁସାରେ, ବିଜେପି ସରକାର ପାଇଁ କୌଣସି ବିପଦ ନାହିଁ । ବିଜେପି 8ରୁ 12 ଗୋଟି ସିଟରେ ବିଜୟୀ ହେବ ବୋଲି ପୂର୍ବାନୁମାନ କରିଥିବା ସମସ୍ତ ଗଣମାଧ୍ୟମ କହିଛନ୍ତି । ଯଦିଓ ଅନେକ ସମୟରେ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି ସେହି ଦୃଷ୍ଟିରୁ ସୋମବାର ସ୍ପଷ୍ଟ ହେବ ୟେଦୁରପ୍ପା ସରକାରଙ୍କ ଭବିଷ୍ୟତ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.