ETV Bharat / bharat

ଇସ୍ତଫା ଦେଲେ କର୍ଣ୍ଣାଟକ ସରକାରଙ୍କ 13 ବିଧାୟକ

କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ-କଂଗ୍ରେସ ସରକାରର 13 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ବିଧାୟକଙ୍କ ଇସ୍ତଫା ନେଇ ସ୍ପଷ୍ଟ କଲେ ବାଚସ୍ପତି ।

ଫାଇଲ ଫଟୋ
author img

By

Published : Jul 6, 2019, 1:15 PM IST

Updated : Jul 6, 2019, 5:35 PM IST

ବେଙ୍ଗାଲୁର: କର୍ଣ୍ଣାଟକରେ ଶାସନ କ୍ଷମତାରେ ଥିବା ଜେଡିଏସ-କଂଗ୍ରେସର ମେଣ୍ଟ ସରକାର ଉପରେ ପୁଣିଥରେ ସଙ୍କଟର କଳାବାଦଲ ଦେଖାଦେଇଛି । କର୍ଣ୍ଣାଟକ ସରକାରଙ୍କ ରାଜନୈତିକ ସଙ୍କଟ ଏବେ ଚରମ ସ୍ଥିତିରେ ପହଞ୍ଚିଛି । ଜେଡିଏସ ଓ କଂଗ୍ରେସ ମେଣ୍ଟ ସରକାରର 13 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ସେମାନେ ଶନିବାର ବିଧାନସଭା ପହଞ୍ଚି ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ତେବେ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ କଂଗ୍ରେସର 10 ବିଧାୟକ ଥିବା ବେଳେ ଜେଡିଏସର 3 ଜଣ ବିଧାୟକ ଅଛନ୍ତି । ସେମାନେ ହେଲେ ରାମଲିଙ୍ଗ ରେଡ୍ଡୀ, ବିସି ପାଟିଲ, ପ୍ରତାପ ଗୌଡ ପାଟିଲ, ଶିବରାମ ହେବ୍ବର, ମହେଶ କୁମାଥଲ୍ଲୀ, ରମେଶ ଜରକିହୋଲି, ଏସଟି ସୋମାଶେଖର, ବୈରତି ବାସଭରାଜ, ଏଚ୍‌ ବିଶ୍ବନାଥ, ନାରାୟଣ ଗୌଡ, କେ ଗୋପାଲୈୟା, ମୁନିରାଥନା, ଆନନ୍ଦ ସିଂହ ।

ସେପଟେ ଜୟନଗର କଂଗ୍ରେସ ବିଧାୟକ ସୌମ୍ୟା ରେଡ୍ଡୀ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ସେ ହେଉଛନ୍ତି BTM LAYOUT ବିଧାୟକ ରାମଲିଙ୍ଗ ରେଡ୍ଡୀଙ୍କ କନ୍ୟା ।

Intro:ବଲାଂଗୀର ଜିଲ୍ଲାରେ ଏ ବର୍ଷ ବର୍ଷା ବିଳମ୍ବ ରେ ହୋଇଛି । ଗତ ଜୁନ ମାସରେ ଏଠି ବର୍ଷା ଆଦୌ ହୋଇନଥିବା ବେଳେ ଜୁଲାଇରେ ବର୍ଷା ଆରମ୍ଭ ହୋଇଛି । ତାହା ପୁଣି ସ୍ୱଳ୍ପ ବୃଷ୍ଟି ପାତ ଚାଷୀର ଚିନ୍ତା ବଢ଼ାଇ ଦେଇଛି । ସେପଟେ ଜିଲ୍ଲା କୃଷି ବିଭାଗ ମଧ୍ୟ ସ୍ୱଳ୍ପ ବୃଷ୍ଟିପାତ କୁ ସ୍ୱୀକାର କରିଛି ଏବଂ ଜୁଲାଇରେ ଆବଶ୍ୟକୀୟ ବର୍ଷା ନହେଲେ ପରିସ୍ଥିତି ସଙ୍ଗିନ ହେବ ବୋଲି କହିଛି ।

Body:ବଲାଂଗୀର ଜିଲ୍ଲାରେ ଏ ବର୍ଷ ବର୍ଷା ବିଳମ୍ବ ରେ ହୋଇଛି । ଗତ ଜୁନ ମାସରେ ଏଠି ବର୍ଷା ଆଦୌ ହୋଇନଥିବା ବେଳେ ଜୁଲାଇରେ ବର୍ଷା ଆରମ୍ଭ ହୋଇଛି । ତାହା ପୁଣି ସ୍ୱଳ୍ପ ବୃଷ୍ଟି ପାତ ଚାଷୀର ଚିନ୍ତା ବଢ଼ାଇ ଦେଇଛି । ମାନସୁନ ବର୍ଷା ଭଲ ହେବ ବୋଲି ପାଣି ପାଗ ବିଭାଗର ଆଙ୍କଲନ ରେ ଚାଷୀ ଖୁସି ହୋଇଥିଲେ । ହେଲେ ବଲାଂଗୀର ରେ ଅକ୍ଷୟ ତୃତୀୟରୁ ସାଧାରଣତଃ ଚାଷ କାମ ଆରମ୍ଭ ହୋଉଥିବା ବେଳେ ଏଥର ତାହା ଗୋଟିଏ ମାସ ପଛରେ ପଡ଼ି ଯାଇଛି । ଏହି ସମୟରେ ଚାଷିଙ୍କ ଧାନ ଗଜା ଲଗାଇବାର ସମୟ ଥିବା ବେଳେ ଏସମୟରେ ଏମାନେ ବିଲରେ ବିହନ ବୁଣ୍ଣି ନାହାନ୍ତି । ଯେଉଁ ମାନେ ଆଗୁଆ ବିହନ ବୁଣି ପଲହା କରିଥିଲେ ସେମାନଙ୍କ ପଲହା ଏବେ ମାରିବାକୁ ବସିଲାଣି । ତେବେ ଆଗକୁ ମଧ୍ୟ ଏଭଳି ବର୍ଷାର ଲୁଚକାଳି ଜାରି ରହେ ତାହା ହେଲେ ଏବବର୍ଷ ର ଧାନ ଚାଷ ହୋଇ ପାରିବ ନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ବଲାଂଗୀର ର ଚାଷୀ କୁଳ।
ବାଇଟ ଜୟବିହାରୀ ପଟେଲ ଚାଷୀ
ବାଇଟ ବ୍ରାମହନନ୍ଦ ନାୟକ ଚାଷୀ
ବଲାଙ୍ଗୀରରେ ଜଳସେଚନ ତିନି ପ୍ରତିଶତ ଥିବା ବେଲେ ଏଠି ଚାଷ ସ୍ୱର୍ଗ ଆଶ୍ରିତ ହୋଇଥାଏ। ଭଲ ବର୍ଷା ନହେଲେ ଏଠି ମରୁଡି ପଡିଥାଏ। ଏଠି ଜୁନ ମାସରେ 203 ମିମି ବର୍ଷା ହେବାର ଥିବା ବେଳେ ଏବର୍ଷ ସ୍ୱଳ୍ପ ବୃଷ୍ଟିପାତ ହୋଇ 103 ମିମି ବର୍ଷା ହୋଇଛି । ସେହିପରି ଜୁଲାଇ ମାସରେ ଏଠି 306 ମିମି ବର୍ଷା ହେବାର ହାରାହାରି ଅନୁପାତ ଥିବା ବେଳେ ଏଯାଏଁ 96 ମିମି ବର୍ଷା ହୋଇଛି । ତେବେ ଏଠି ସାଧାରଣତଃ ଜୁନ ମାସରେ ଚାଷ କାମ ଆରମ୍ଭ ହୋଉଥିବା ବେଳେ ଏବର୍ଷ ଜୁଲାଇ ମାସରେ କାଁ ଭାଁ ଚାଷ କାମ ଆରମ୍ଭ ହୋଇଛି। ଏବଂ ଚାଷ କାମ ପଛେଇ ଯାଇଛି । ତେବେ ଆଗକୁ ଭଲ ବର୍ଷା ନହେଲେ ପରିସ୍ଥିତି ସଙ୍ଗିନ ହେବାର ଜଣା ପଡ଼ିଛି ବୋଲି ବଲାଂଗୀର କୃଷି ବିଭାଗ କହିଛି । ସେହିପରି ଆଗକୁ ବର୍ଷା ନହେଲେ ଚାଷୀଙ୍କୁ କେଉଁ ପ୍ରକାର ସାହାଯ୍ୟ ଦିଆ ଯାଇ ପାରିବ ତାହା ର ପଦକ୍ଷ୍ୟଏପ ନିଆ ଯିବ ବୋଲି କୃଷି ବିଭାଗ କହିଛି ।

ବାଇଟ ଶ୍ରୀଧର ଦାସ ଡ଼ି ଡି ଏ ବଲାଂଗୀର

Conclusion:ବଲାଂଗୀର ରେ ସ୍ୱର୍ଗ ଆଶ୍ରିତ ବର୍ଷା ହିଁ କେବଳ ଚାଷ ର ଏକ ମାତ୍ର ପନ୍ଥା ଅଟେ । ଏବଂ ମରୁଡି ପ୍ରପିଡ଼ିତ ଜିଲ୍ଲା ଭାବତେ ପରିଗଣିତ ଏହି ଜିଲ୍ଲାରେ ଏଅବର୍ଷ ଭଲ ବର୍ଷା ହେବ ନା ଏଥର ବି ମରୁଡି ହେବ ତାକୁ ନେଇ ଚିନ୍ତାରେ ଚାଷି।
Last Updated : Jul 6, 2019, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.