ETV Bharat / bharat

ମୁଜାଫାରପୁର ରେଳଷ୍ଟେସନ ଦୃଶ୍ୟକୁ ନେଇ ମତ ରଖିଲେ ସିବଲ - Kapil Sibal on video showing toddler trying to wake up dead mother

ମୁଜାଫାରପୁର ରେଳଷ୍ଟେସନ ଦୃଶ୍ୟକୁ ନେଇ ମତ ରଖିଲେ ସିବଲ । କହିଲେ ଏଭଳି ଦୃଶ୍ୟ ଦେଖିବା ପରେ ଆମ ମୁଣ଼୍ଡ ଲଜ୍ଜାରେ ତଳକୁ ହୋଇଯିବା ଉଚିତ । ଅଧିକ ପଢନ୍ତୁ...

Kapil Sibal on video showing toddler trying to wake up dead mother
ମୁଜାଫାରପୁର ରେଳଷ୍ଟେସନ ଦୃଶ୍ୟକୁ ନେଇ ମତ ରଖିଲେ ସିବଲ
author img

By

Published : May 29, 2020, 7:01 AM IST

ପାଟନା: ବିହାରର ମୁଜାଫରପୁରରେ ଘଟିଥିବା ଏହି ଘଟଣାରେ କଂଗ୍ରେସ ନେତା କପିଲ ସିବଲ ଦୁଃଖ ପ୍ରକାଶ କରିଛନ୍ତି । ଷ୍ଟେସନ ପ୍ଲାଟଫର୍ମରେ ପଡିଛି ମାର ମୃତଦେହ । ଡାକି ଡାକି ଉଠାଇବା ପାଇଁ ଚେଷ୍ଟା କରୁଛି ପାଖରେ ଥିବା ଛୋଟ ପିଲାଟି । ମୃତ ମହିଳା ଜଣକ ଜଣେ ପ୍ରବାସୀ ଶ୍ରମିକ । ଠିକରେ ଖାଇବା ପିଇବା ନଥିବାରୁ ତାଙ୍କର ମୃତ୍ୟୁ ଘଟିଛି ।

''ପ୍ରବାସୀମାନେ ଆମର ଦାୟିତ୍ବ ନୁହଁନ୍ତି କି? ଯେତେବେଳେ ତୁମେ ଦେଖିବ ଏକ ଶିଶୁ ତାର ମୃତ ମାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି । ଏପରି ଦେଖିବାକୁ ଗଲେ ଶ୍ରମିକ ସ୍ପେଶାଲ୍ସ ଟ୍ରେନରେ ନା ଅଛି ଭଲ ଖାଦ୍ୟ ନାହିଁ ନା ଭଲ ପାଣି । ଆମେ ଲଜ୍ଜାରେ ମୁଣ୍ଡ ତଳକୁ କରିଦେବା ଉଚିତ୍ । '' ସେ ଗୁରୁବାର ଏଭଳି କିଛି ଟ୍ୱିଟ୍ କରିଛନ୍ତି।

ବୁଧବାର ଦିନ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀ ସଞ୍ଜୟ ଯାଦବଙ୍କ ଦ୍ୱାରା ହୃଦୟ ବିଦାରକ ଭିଡିଓ ଟ୍ୱିଟ କରାଯାଇଛି। ଭିଡିଓରେ ଆହୁରି ଦର୍ଶାଯାଇଛି ଯେ ମହିଳା ଜଣକ ପଡି ରହିଥିବା ବେଳେ ଟ୍ରେନ୍ ଆସିବା ଏବଂ ଯିବା ଚାଲିଥିଲା । କିନ୍ତୁ ଏହି ଦୃଶ୍ୟ ଉପରେ କାହାର ନଜର ପଡିନଥିଲା ।

ଏହି ଘଟଣାରେ ରେଳବାଇ କହିଛି ଯେ,ଏହି ଟ୍ରେନ୍ ସୁରଟରୁ ବିହାର ଆସିଥିଲା। ସକାଳ 9:17 ରେ ପ୍ଲାଟଫର୍ମ ନମ୍ବର 3 ରେ ପହଞ୍ଚିଥିଲା । ଏହାର କିଛି ସମୟ ପରେ ଲୋକେ ମହିଳାଙ୍କ ମୃତଦେହ ପଡିଥିବା ଦେଖାଯାଇଥଲା । ମୃତ ମହିଳାଙ୍କ ଦିଅରଙ୍କ କହିବା ଅନୁସାରେ, ମହିଳା ଜଣ ହୃଦରୋଗରେ ପୀଡିତ ଥିଲେ ମାର୍ଚ୍ଚ 22 ରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

For All Latest Updates

TAGGED:

muzafarpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.