ETV Bharat / bharat

ଏବେ ଡ୍ରୋନ ପହଁଞ୍ଚାଇବ ରକ୍ତ ନମୁନା - peoples help

କାନପୁର ଆଇଆଇଟିର ଛାତ୍ର ନିଖିଲ ଉପାଧାୟ ଏକ ଏପରି ଡ୍ରୋନ ତିଆରି କରିଛନ୍ତି ଯାହା 32 କିଲୋମିଟର ଦୂରତା ମଧ୍ୟରେ ଥିବା ନିକଟସ୍ଥ ମେଡିକାଲରେ ରକ୍ତ ନମୁନା ନେଇ 18 ମିନିଟରେ ପହଁଞ୍ଚିବାରେ ସକ୍ଷମ ହେଇପାରୁଛି ।

ଫାଇଲ ଫଟୋ
author img

By

Published : Jun 8, 2019, 3:04 PM IST

କାନପୁର: ଆଇଆଇଟି ଛାତ୍ରଙ୍କ କମାଲ୍ । ଗତ ଶୁକ୍ରବାର କାନପୁର ଆଇଆଇଟି ଛାତ୍ର ନିଖିଲ ଉପାଧାୟ ଏକ ଡ୍ରୋନ ତିଆରି କରିଛନ୍ତି ଯାହା 32 କିଲୋମିଟର ଦୂରରେ ପର୍ଯ୍ୟନ୍ତ ଥିବା ନିକଟସ୍ଥ ମେଡାକାଲକୁ ରକ୍ତ ନମୁନା ନେଇ 18 ମିନିଟରେ ପହଁଞ୍ଚାଇବାରେ ସକ୍ଷମ ହେବ ।

ନିଖିଲଙ୍କ କହିବା ଅନୁଯାୟୀ, ସେ ଏହି ଡ୍ରୋନକୁ ପରୀକ୍ଷା କରିବା ପାଇଁ କାନପୁରର ବୁରାଇଦି ଜିଲ୍ଲା ମେଡିକାଲକୁ ଆଣିଥିଲେ । ତେବେ ତାଙ୍କ ଆଶାନୁଯାୟୀ ଡ୍ରୋନଟି 32 କିଲୋମିଟର ଦୂରରେ ଥିବା ନିକଟସ୍ଥ ମେଡାକାଲକୁ ରକ୍ତ ନମୁନା ନେଇ 18 ମିନିଟରେ ପହଁଞ୍ଚାଇବାରେ ସକ୍ଷମ ହୋଇଥିଲା । ତେବେ ଏହି ପରୀକ୍ଷା ସମୟରେ ଡ. ସୁଶୀଲ, ଏସଟ୍ଏସ ସୁରେନ୍ଦ୍ର ଥଲୱାଲ ଆଦି ଉପସ୍ଥିତ ଥିଲେ ।

ଏଥିସହ ସେ କହିଥିଲେ, ଏହି ଡ୍ରୋନର ମୂଲ୍ୟ ପାଖାପାଖି 10 ରୁ 12 ଲକ୍ଷ ଟଙ୍କା ହେବ । ଏହାକୁ କେଁଉଠି ବି ଟେକଅଫ୍ ଏବଂ ଲ୍ୟାଣ୍ଡ କରିପାରିବ । ଏଥିସହ ସେ କହିଥିଲେ ଏହି ଡ୍ରୋନ 50 କିଲୋମିଟର ପର୍ଯ୍ୟନ୍ତ ଉଡିବାର କ୍ଷମତା ରହିଛି।

ଇଲେଟ୍ରିକ ପାୱରରେ ଦ୍ବାରା ସଞ୍ଚାଳିତ ହେଉଥିବା ଏହି ଡ୍ରୋନଟି 400ଗ୍ରାମର ଭାର ଉଠାଇପାରେ । ଏଥିସହ ଏହାକୁ ଚଲାଇବା ପାଇଁ ଦୁଇ ଜଣ ଲୋକଙ୍କ ଆବଶ୍ୟକତା ପଡିଥାଏ । ତେବେ ଏହି ଡ୍ରୋନ ତିଆରି କରିବାରେ ନିଖିଲ ଉପାଧାୟଙ୍କ ସହ କୃଷ୍ଣରାଜ ସିଂହ ଗୌଡ, ପିୟୁସ ନେଗୀ ଏବଂ ସର୍ବେଶ ସୋନକର ମଧ୍ୟ ସାମିଲ ହୋଇଥିଲେ।

SLUG-ACCIDENT
AVO-MRUTYUNJAY SENAPATI,MAYURBHANJ
DATE-04.06.2019
ANCHOR-ଟ୍ରକ କୁ ପଛରୁ ପିଟିଲା ବୋଲେରୋ ଜଣେ ମୃତ ଦୁଇ ଜଣ ଗୁରୁତର। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବୁଢ଼ମୋରା ଛକ ଠାରେ ଏକ ଛିଡ଼ାହୋଇଥିବା ଟ୍ରକ କୁ ପଛରୁ ପିଟିଲା ବୋଲେରୋ । ସୂଚନା ଅନୁଯାୟୀ  ଏକ ଟ୍ରକ ଧାନ ବୋଝେଇ ହୋଇ ବାନ୍ଧିବା ସମୟରେ  ବାରିପଦା ପଟୁ ଏକ ବୋଲେରୋ ଧୋକା ଦେଇଥିଲା ଫଳରେ ଜଣ ମୃତ। ମୃତକ ଜଣକ ହେଲେ ବୁଢ଼ାମରା ଗ୍ରାମର ଗଣେଶ ବେହେରା  ଓ ଅନ୍ୟ  ଦୁଇଜଣ ଗୁରୁତର ହେଲେ  ମୁନା ଦଣ୍ଡପାଟ ସରଗଛିଡା ଗ୍ରାମର,ଶ୍ରୀଧର ଦିଗାର ବୁଢ଼ାମରା ଗ୍ରାମର। ଗୁରୁତର ଆହତ ମାନଙ୍କୁ ଏକ ବୋଲେରୋ ସାହାଯ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲକୁ ପଠେଇ ଦିଆଯାଇଛି । ଘଟଣା ସ୍ଥଳରେ ବାଙ୍ଗରିପୋଷି ଥାନା ପୋଲିସ ପହଞ୍ଚି ବୋଲେରୋ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।
Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.