ETV Bharat / bharat

କାନପୁର ଏନକାଉଣ୍ଟର ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ: ମାୟାବତୀ - କାନପୁର ଏନକାଉଣ୍ଟର

ଶୁକ୍ରବାର ବିଏସପି ମୁଖ୍ୟ ତଥା ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କାନପୁର ଏନକାଉଣ୍ଟରରେ 8 ପୋଲିସ ଶହୀଦ ଘଟଣାକୁ ଅତ୍ୟନ୍ତ ଦୁଃଖ, ଲଜ୍ୟାଜନକ କହିଛନ୍ତି ।

_kanpur encounter
କାନପୁର ଏନକାଉଣ୍ଟର ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ
author img

By

Published : Jul 3, 2020, 11:53 AM IST

ଲକ୍ଷ୍ନୌ: କାନପୁର ଏନକାଉଣ୍ଟରରେ ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ 8 ପୋଲିସ ଶହୀଦ ଘଟଣାରେ ଦୁଃଖ ପ୍ରକାଶ କଲେ ମାୟାବତୀ । ଶୁକ୍ରବାର ବିଏସପି ମୁଖ୍ୟ ତଥା ୟୁପି ପୂର୍ତନ ମୁଖ୍ୟମନ୍ତ୍ରୀ ମାୟାବତୀ କାନପୁର ଏନକାଉଣ୍ଟରରେ 8 ପୋଲିସ ଶହୀଦ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ, ଲଜ୍ୟାଜନକ କହିଛନ୍ତି ।

ଏନେଇ ଏକ ହିନ୍ଦୀରେ ଟ୍ବିଟ କରି ମାୟାବତୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ଦୃଢ କରିବାକୁ ଅନୁରୋଧ କରିଛନ୍ତି । ଏହି ଘଟଣାରେ ଡେପୁଟି ଏସପିଙ୍କ ସମେତ 8 ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ 7 ଜଣ ଆହତ ହୋଇଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ, ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ୟୁପି ସରକାର ଅଧିକ ଦୃଢ ହେବା ଆବଶ୍ୟକ । ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି। ଏଥିସହ ମାୟାବତୀ କହିଛନ୍ତି, ମୃତ ପୋଲିସ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଉପଯୁକ୍ତ ଏକ୍ସ-ଗ୍ରାଟିଆ ଏବଂ ନିଯୁକ୍ତି ପ୍ରଦାନ କରିବା ଆବଶ୍ୟକ।

ପ୍ରକାଶ ଥାଉକି, ଗତ ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର କାନପୁରରେ ଦୁର୍ବୃତ୍ତଙ୍କ ଧରିବାକୁ ଯାଇ 8 ପୋଲିସ ଶହୀଦ ହୋଇଥିବା ବେଳେ 7 ପୋଲିସ କର୍ମଚାରୀ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ପୋଲିସ ଅଫିସରଙ୍କ ମଧ୍ୟରେ ଘଶିବରାଜପୁର ମହେଶ ଯାଦବ, ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଆଠ ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.