ନୂଆଦିଲ୍ଲୀ: ଆଦିବାସୀ ଶିଶୁ ବିକାଶକୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଆଦିବାସୀ ସମ୍ପ୍ରଦାୟରେ ବାଲ୍ୟ ବିବାହ, ଅପପୃଷ୍ଟି ଏବଂ ଶିଶୁ ଚାଲାଣ ଭଳି ଅନେକ ସମସ୍ୟା ଆଜିର ଦିନରେ ଚିନ୍ତାର ବିଷୟ ପାଲଟିଛି । ତେଣୁ ଏହି ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର କି କି ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡ. ସାମନ୍ତ ।
ତେବେ ଗୃହରେ ଅଚ୍ୟୁତ ସାମନ୍ତଙ୍କ ଏହି ପ୍ରଶ୍ନର ଜବାବ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।