ETV Bharat / bharat

‘କମଳେଶ ତିଓ୍ବାରୀଙ୍କ ହତ୍ୟାକାରୀଙ୍କୁ ଫାଶୀ ମିଳୁ’ - କମଳେଶ ତିଓ୍ବାରୀଙ୍କ ହତ୍ୟାକାରୀଙ୍କୁ ଫାଶି ମିଳୁ

ହିନ୍ଦୁ ମହାସଭାର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟୟ କମଳେଶ ତିଓ୍ବାରୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦାବି କରିଛନ୍ତି ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କିରଣ ତିଓ୍ବାରୀ । ସରକାର ଯଦି ହତ୍ୟାକାରୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରି ନପାରୁଛନ୍ତି, ତେବେ ଆମକୁ ହସ୍ତାନ୍ତର କରନ୍ତୁ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Oct 27, 2019, 1:04 AM IST

ଲକ୍ଷ୍ନୌ: ହିନ୍ଦୁ ମହାସଭାର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କମଳେଶ ତିଓ୍ବାରୀଙ୍କ ହତ୍ୟାକାରୀଙ୍କୁ ଫାଶି ଦଣ୍ଡାଦେଶ ଦାବି କରିଛନ୍ତି ବର୍ତ୍ତମାନର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କିରଣ ତିଓ୍ବାରୀ । ସେ କହିଛନ୍ତି କି, କମଳେଶଙ୍କ ହତ୍ୟାକାରୀଙ୍କୁ ସରକାର ଫାଶୀ ଦଣ୍ଡରେ ଦଣ୍ତିତ କରନ୍ତୁ । ଯଦି ସରକାର ଏହା କରି ନପାରୁଛନ୍ତି ତେବେ ଆମକୁ ହସ୍ତାନ୍ତର କରନ୍ତୁ ବୋଲି ସେ କହିଛନ୍ତି ।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କମଳେଶ ଭାଇ ଦେଖିଥିବା ସ୍ବପ୍ନକୁ ଆମେ ଯେ କୌଣସି ପରିସ୍ଥିତିରେ ପୁରା କରିବୁ । ହତ୍ୟାକାରୀମାନଙ୍କୁ ଜେଲରେ ରଖି ସେମାନଙ୍କୁ ବନ୍ଧୁଚର୍ଚ୍ଚା କରିବା ଅପେକ୍ଷା ସେମାନଙ୍କୁ ଦଣ୍ଡିତ କରନ୍ତୁ । ସେମାନଙ୍କୁ ଖୁବ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାନ୍ତୁ । ଯଦି ଏହା ସରକାର ନ କରିପାରୁଛନ୍ତି ତେବେ ଆମକୁ ହସ୍ତାନ୍ତର କରନ୍ତୁ ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ, ମୋ ମୁଁହ ବନ୍ଦ କରିବାକୁ ସରକାର ମୋତେ 15 ଲକ୍ଷ ଟଙ୍କାର ଚେକ ଦେଇଛନ୍ତି । ସେହି ଚେକ ସେହିଭଳି ଅଛି । ଯଦି ବିଜେପି ନେତାଙ୍କ ଉପରେ ଆତଙ୍କୀ ଆକ୍ରମଣ ହେବ, ତେବେ ମୁଁ ସେହି ଚେକକୁ ମିଶାଇ 30 ଲକ୍ଷ ଟଙ୍କା ସରକାରଙ୍କୁ ଦେବି । ଜିହାଦି, ଆତଙ୍କବାଦୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳି କରିବା କଥା ବୋଲି ସେ କହିଥିଲେ ।

କିରଣ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ କି, ଏହି ହତ୍ୟାକାଣ୍ଡ ସହିତ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମଧ୍ୟ ମିଳିପାରିନାହିଁ । ପୁରା ତଦନ୍ତ ପ୍ରକ୍ରିୟାରେ ପ୍ରଶାସନ ଏବଂ ପୋଲିସ ଅବହେଳା କରିଛନ୍ତି । ସେମାନଙ୍କ ବିରୋଧରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିନାହିଁ, ବରଂ ସେମାନେ ଆତ୍ମସମର୍ପଣ କରିଛନ୍ତି ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି କି ଆମେମାନେ ଏନଆଇଏ ତଦନ୍ତ ଦାବି କରିଥିଲୁ । ଯେତେ ଜଣ ଏହି ଘଟଣାରେ ସାମିଲ ଥିଲେ ସେମାନଙ୍କୁ ଦଣ୍ଡିତ କରାଯାଉ । କମଳେଶ ଭାଇ ପ୍ରଶାସନକୁ ସୁରକ୍ଷା ପାଇଁ ମଧ୍ୟ କହିଥିଲେ । ମାତ୍ର ପ୍ରଶାସନ ତାହା ଯୋଗାଇବାରେ ବିଫଳ ହୋଇଥିଲା ବୋଲି ସେ କହିଥିଲେ ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.