ETV Bharat / bharat

ମୋଦିଙ୍କ ଉପରେ ବର୍ଷିଲେ କମଲନାଥ

ମୋଦି ଯେତେବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଶିଖିନଥିଲେ, ସେତେବେଳେ ପଣ୍ଡିତ ଜବାହାରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀ ଦେଶରେ ଫୌଜ ଗଠନ କରିଥିଲେ । ମଧ୍ୟପ୍ରଦେଶର ରତଲାମରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି  କମଲନାଥ ।

ଫାଇଲ ଫଟୋ
author img

By

Published : May 13, 2019, 10:14 PM IST

ଭୋପାଳ: ମୋଦିଙ୍କୁ 5 ବର୍ଷର ହିସାବ ମାଗିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ । 5 ବର୍ଷର ଜବାବ ଦେଇ ପାରୁନଥିବା ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା କଥା କହୁଛନ୍ତି । ମୋଦି ଯେତେବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଶିଖିନଥିଲେ, ସେତେବେଳେ ପଣ୍ଡିତ ଜବାହାରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀ ଦେଶରେ ଫୌଜ ଗଠନ କରିଥିଲେ । ମଧ୍ୟପ୍ରଦେଶର ରତଲାମରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କମଲନାଥ ।

ସୂଚନା ଯୋଗ୍ୟ ଯେ, ମୋଦି ନିଜ ନିର୍ବାଚନୀ ରାଲିରେ କଂଗ୍ରେସକୁ କଡା ସମାଲୋଚନା କରୁଛନ୍ତି । ତେବେ ନିକଟରେ ସେ ନେହେରୁଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀ ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଥିଲେ । କାଶ୍ମୀର ସମସ୍ୟା ପାଇଁ ଅନେକ ଥର ଜବାହାରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି ମୋଦି ।

ସେପଟେ ବିରୋଧୀ ଦଳ ମଧ୍ୟ ମୋଦିଙ୍କ ଉପରେ ତାଙ୍କ 5 ବର୍ଷ କାର୍ଯ୍ୟକଳାପର ହିସାବ ଦେଉନଥିବା ଅଭିଯୋଗ କରିଆସୁଛନ୍ତି । ଯବାନଙ୍କ ନାମରେ ମୋଦି ଭୋଟ ମାଗୁଥିବା ମଧ୍ୟ ବିରୋଧୀ ଦଳ ଅଭିଯୋଗ କରୁଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.