ଭୋପାଳ: ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ବହୁମତ ପରୀକ୍ଷଣ ନେଇ ସସପେନ୍ସ ଏବେ ବି ଜେରି ରହିଛି । ଏପରି ସ୍ଥିତିରେ ଚିଠି ମାଧ୍ୟମରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ ବିବାଦ ଘନେଇବାକୁ ଲାଗିଛି । ମଙ୍ଗଳବାର କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଚିଠି ଲେଖି କହିଛନ୍ତି, ଆପଣଙ୍କର ବିଶ୍ବାସ ଯେ ମୁଁ 17 ମାର୍ଚ୍ଚରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଉଚିତ । ନଚେତ ଏହା ବିବେଚନା କରାଯିବ ଯେ ମୋର ସଂଖ୍ୟାଗରିଷ୍ଠତା ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ହୋଇଥିବା ସହ ଅସମ୍ବିଧାନିକ ବୋଲି କହିଛନ୍ତି କମଲନାଥ ।
ଏହାସହ କମଲନାଥ କହିଛନ୍ତି ଯେ ବନ୍ଦୀ ଥିବା 16 ଜଣ ବିଧାୟକଙ୍କୁ ମୁକ୍ତ କରାଯାଉ । ସେମାନଙ୍କୁ ବିନା ଭୟରେ 5ରୁ 7 ଦିନ ନିଜ ନିଜ ଘରେ ରହିବାକୁ ଦିଆଯାଉ । ଏହା ଦ୍ବାରା ସେମାନେ ନିରପେକ୍ଷ ନିଷ୍ପତ୍ତି ନେଇ ପାରିବେ ବୋଲି କହିଛନ୍ତି କମଲନାଥ । ଅନ୍ୟପକ୍ଷେ ବହୁମତ ପରୀକ୍ଷଣକୁ ନେଇ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଯାଚିକାର ଶୁଣାଣି ବୁଧବାରକୁ ଘୁଞ୍ଚିଛି । ବୁଧବାର ସକାଳ 10.30ରେ ବିଜେପି ପକ୍ଷରୁ ଦାଖଲ ଯାଚିକା ଉପରେ ଶୁଣାଣି କରିବେ କୋର୍ଟ । ଏହାସହ ସର୍ବୋଚ୍ଚ ଅଦାଲତ ମଧ୍ୟପ୍ରଦେଶ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ।
@ANI