ETV Bharat / bharat

ନାଥୁରାମଙ୍କୁ 'ଉଗ୍ରବାଦୀ' ପ୍ରସଙ୍ଗ: କମଲ ହାସନଙ୍କ ଜିଭ କାଟିବା ପାଇଁ କହିଲେ ମନ୍ତ୍ରୀ

ଏକ ନିର୍ବାଚନୀ ପ୍ରଚାର ସଭାରେ ନାଥୁରାମଙ୍କୁ ସ୍ବାଧୀନ ଭାରତର ପ୍ରଥମ 'ଉଗ୍ରବାଦୀ' କହିଲେ ଅଭିନେତା କମଲ ହାସନ । ଏହା ପରେ କମଲଙ୍କ ଉପରେ ରାଗିଛନ୍ତି ତାମିଲନାଡୁ ଦୁଗ୍ଧ ଓ ଡାୟରୀ ବିକାଶ ମନ୍ତ୍ରୀ କେଟି ରାଜେନ୍ଦ୍ର ବାଲାଜୀ ।  ଏହି ବୟାନ ପରେ କମଲଙ୍କ ଜିଭ କାଟି ଦେବା ଦରକାର ବୋଲି ସେ କହିଛନ୍ତି ।

author img

By

Published : May 14, 2019, 11:22 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିବାଦରେ ମକ୍କଲ ନୀଧି ମଇୟମ୍‌ (ଏମଏନଏମ) ଦଳର ପ୍ରତିଷ୍ଠାତା କମଲ ହାସନ । ସ୍ବାଧୀନ ଭାରତର ପ୍ରଥମ ଉଗ୍ରବାଦୀ ଭାବରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ଥିଲେ ବୋଲି ସେ ବୟାନ ଦେଇଥିଲେ । ଏହି ବୟାନ ପରେ ଚାରିଆଡୁ କମଲ ସମାଲୋଚନାର ଶିକାର ହୋଇଛନ୍ତି । ଏହା ପରେ କମଲଙ୍କ ଉପରେ ଭାରି ରାଗିଛନ୍ତି ତାମିଲନାଡୁ ଦୁଗ୍ଧ ଓ ଡାୟରୀ ବିକାଶ ମନ୍ତ୍ରୀ କେଟି ରାଜେନ୍ଦ୍ର ବାଲାଜୀ । ଏହି ବୟାନ ପରେ କମଲଙ୍କ ଜିଭ କାଟି ଦେବା ଦରକାର ବୋଲି ସେ କହିଛନ୍ତି ।

ଏହାସହ ମନ୍ତ୍ରୀ ରାଜେନ୍ଦ୍ର ଆହୁରି କମଲ୍‌ଙ୍କ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ କମଲ୍‌ ହାସନ ଲଘୁ ସଂଖ୍ୟକ ଲୋକଙ୍କ ଭୋଟ ହାତେଇବା ପାଇଁ ନାଟକ କରୁଛନ୍ତି । କମଲ୍‌ ନିଜ ଶବ୍ଦ ମାଧ୍ୟମରେ ବିଷ ଉଗାଳୁଥିବା ସେ କହିଛନ୍ତି । କମଲ୍‌ ନିଜ ବୟାନ ମାଧ୍ୟମରେ ହିଂସା ମଞ୍ଜି ବୁଣୁଛନ୍ତି । ଏଭଳି ଏକ ଦଳ ଓ ଏହାର ମୁଖିଆଙ୍କ ଉପରେ ବ୍ୟାନ ଲଗାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ମାମଲାରେ ଅଭିନେତା ବିବେକ ଓବରାଏ ମଧ୍ୟ କମଲ ହାସନ୍‌କୁ ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି ଏକ ନିର୍ବାଚନୀ ପ୍ରଚାର ସଭାରେ ନାଥୁରାମଙ୍କୁ ସ୍ବାଧୀନ ଭାରତର ପ୍ରଥମ 'ଉଗ୍ରବାଦୀ' କହିଲେ ଅଭିନେତା କମଲ ହାସନ |

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.