ଚେନ୍ନାଇ: ବିଜେପିର 'ବି' ଟିମ ନୁହେଁ, ବରଂ ତାମିଲନାଡୁର 'ଏ' 'ଟିମ ହେଉଛି ମକ୍କଲ ନିଧି ମାୟମ (ଏମ୍ଏନ୍ଏମ୍) । ଦଳର ଲୋକପ୍ରିୟତା ଦେଖି ବିରୋଧୀ ଶିବିରରେ ଛନକା ପଶିଛି। ଆଉ ଯେଉଁଥି ପାଇଁ ଦଳକୁ ବିଜେପିର 'ବି' ଟିମ ଭାବରେ କିଛି ଲୋକ ଅଭିହିତ କରୁଥିବା କହିଛନ୍ତି ବିଶିଷ୍ଟ ଅଭିନେତା ତଥା ଏମ୍ଏନ୍ଏମ୍ ପ୍ରମୁଖ କମଲ ହାସନ ।
ଏକ ରାଲିକୁ ସମ୍ବୋଧନ କରିବା ଅବସରରେ କମଲ ହାସନ କହିଛନ୍ତି, ତାଙ୍କ ଦଳ ଉପରେ ଜାଣିଶୁଣି ମିଥ୍ୟା ଆରୋପ ଲଗାଯାଉଛି । ଏମ୍ଏନ୍ଏମ୍ର ଲୋକପ୍ରିୟତା ଦେଖି କେହିକେହି ଦଳ ଉପରେ ଟାର୍ଗେଟ କରୁଛନ୍ତି । ବିଜେପିର 'ବି' ଟିମ ବୋଲି କହୁଛନ୍ତି । କୌଣସି ଦଳ କିମ୍ବା ସଙ୍ଗଠନର ନାଁ ନନେଇ ଏଭଳି କିଛି କହିଛନ୍ତି କମଲ ହାସନ। ଏପରିକି ତାଙ୍କ ଦଳ ଅନ୍ୟ କୌଣସି ଦଳର 'ବି' ଟିମ ନୁହେଁ ବୋଲି ସେ କହିଛନ୍ତି।
ଗତବର୍ଷଫେବୃଆରୀରେ ନୂଆଦଳ ଗଠନ କରିଥିଲେ କମଲ ହାସନ । ଗତ ଡିସେମ୍ବରରେ 2019 ସାଧାରଣ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଥିଲେ ଦଳର ପ୍ରମୁଖ । ଏପରିକି ସେ ନିଜେ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସୂଚନା ଦେଇଥିଲେ। ସମଭାବାପନ୍ନ ଦଳ ସହ ମେଣ୍ଟ କଥା ମଧ୍ୟ ଉଠାଇଥିଲେ କମଲ ହାସନ ।