ନୂଆଦିଲ୍ଲୀ: ଚିନ୍ମୟାନନ୍ଦ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ସୁପ୍ରିମକୋର୍ଟର ବିଚାରପତି ଆର୍. ଭାନୁମତି । ଭାରତୀୟ ଜନତା ପାର୍ଟିର ପୂର୍ବ ନେତା ଚିନ୍ମୟାନନ୍ଦ ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତ । ଆଲହାବାଦ ହାଇକୋର୍ଟ ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନକୁ ସ୍ବୀକାର କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ତେବେ ଆର୍. ଭାନୁମତି ଏହି ମାମଲାର ଶୁଣାଣି କରିବାର ଥିଲା ।
ପ୍ରକାଶଥାଉକି, ଫେବୃଆରୀ 3ରେ ଚିନ୍ମୟାନନ୍ଦଙ୍କୁ ଜାମିନ ଦେବାକୁ ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଶାହଜାହାଁପୁରରେ ଚିନ୍ମୟାନନ୍ଦ ଟ୍ରଷ୍ଟର ଏକ କଲେଜରେ ପଢୁଥିବା 23 ବର୍ଷିୟ ଲ' ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ।
ଗତ ବର୍ଷ ସେପ୍ଟେମ୍ବର 20ରେ ପୂର୍ବ ବିଜେପି ନେତାଙ୍କୁ ଗିରଫ କରାଯାଇଥିଲା । ଦୁଷ୍କର୍ମର ଆରୋପ ଲଗାଇବା ସହ ଛାତ୍ରୀ ଜଣକ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହାପରେ ଚିନ୍ମୟାନନ୍ଦ ଗାଏବ ହୋଇଯାଇଥିଲେ, ପରେ ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ଉତ୍ତରପ୍ରଦେଶର ଏକ ସ୍ବତନ୍ତ୍ର ଦଳ ତାଙ୍କୁ ଗିରଫ କରିଥିଲା । ଅନ୍ୟପକ୍ଷେ ପୀଡିତାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା । ପୀଡିତା ଓ କିଛି ସାଙ୍ଗ ମିଶି 5 କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୀଡିତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ