ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ଏମ୍ସର ଅସ୍ଥାୟୀ କୋର୍ଟରେ ରେକର୍ଡ ହେବ ପୀଡିତାଙ୍କ ବୟାନ - ରେକର୍ଡ ହେବ ପୀଡିତାଙ୍କ ବୟାନ

ଉନ୍ନାଓ ଦୁଷ୍କର୍ମ ମାମଲାରେ ଶୁଣାଣି କରୁଥିବା ଜଜ ଧର୍ମେଶ ଶର୍ମା ବୁଧବାରଠାରୁ ଏମ୍ସର ଅସ୍ଥାୟୀ କୋର୍ଟକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏମ୍ସର ଟ୍ରାମା ସେଣ୍ଟର ପରିସରରେ ଏକ ଅସ୍ଥାୟୀ କୋର୍ଟରେ ଆଜିଠାରୁ ପୀଡିତାଙ୍କ ବୟାନ ରେକର୍ଡ କରାଯିବ ।

ଫାଇଲ ଫଟୋ
author img

By

Published : Sep 11, 2019, 1:42 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର 11 ଠାରୁ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ ହେବ । ତେବେ ପୀଡିତାଙ୍କ ବୟାନ କୌଣସି ଅଦାଲତରେ ନୁହେଁ ବରଂ ଏମ୍ସର ଅସ୍ଥାୟୀ କୋର୍ଟରେ ରେକର୍ଡ କରାଯିବ । ଏହି ମାମଲାରେ ଶୁଣାଣି କରୁଥିବା ଜଜ ଧର୍ମେଶ ଶର୍ମା ବୁଧବାରଠାରୁ ଏମ୍ସର ଅସ୍ଥାୟୀ କୋର୍ଟକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିବେ । ଏକ ବନ୍ଦ କୋଠରୀରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ ।

ସେପଟେ ସେପ୍ଟମ୍ବର 2 ତାରିଖରେ ସୁପ୍ରିମକୋର୍ଟ ପୀଡିତାଙ୍କ ଶୁଣାଣି କରୁଥିବା ଦିଲ୍ଲୀର ତିସ ହଜାରୀ କୋର୍ଟଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ମାମଲାର ଶୁଣାଣି ପାଇଁ ଆଉ କେତେଦିନ ସମୟ ଲାଗିବ । ଏହାର ଉତ୍ତରରେ ଜଜ ଆହୁରି 45 ଦିନର ସମୟ ମାଗିଥିଲେ । ଆବଶ୍ୟକ ପଡିଲେ ଦିନ ବଢି ଯାଇ ପାରେ ବୋଲି ଜଜ କହିଥିଲେ । ତେବେ ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ ଏମ୍ସରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରାଯାଉ ବୋଲି ଜଜ ଧର୍ମେଶ ଶର୍ମା ନୂଆଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ତାଙ୍କର ଦାବି ଏବଂ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର 6 ତାରିଖରେ ଏମ୍ସର ଟ୍ରାମା ସେଣ୍ଟର ପରିସରରେ ଏକ ଅସ୍ଥାୟୀ କୋର୍ଟ ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲେ ।

ସୂଚନା ଥାଉକି ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ସହ ଘଟିଥିବା ସଡ଼କ ଦୁର୍ଘଟଣା ପରେ ଅଦାଲତ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଇବରେଲୀ ନିକଟରେ ସଡ଼କ ଦୁର୍ଘଟଣା ହେବା ପରେ ବର୍ତ୍ତମାନ ପୀଡିତାଙ୍କର ଏମ୍ସରେ ଚିକିତ୍ସା ଚାଲିଛି । ଏହି କାରଣରୁ ଅଦାଲତ ଏମ୍ସରେ ଅସ୍ଥାୟୀ କୋର୍ଟ ନିର୍ମାଣ କରି ଆସନ୍ତା ଶୁଣାଣି କରିବା ପାଇଁ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ସମସ୍ତ ଯାଞ୍ଚ ଚାଲିଛି ।

ପ୍ରକାଶ ଥାଉକି, ବିଧାୟକ କୁଲଦୀପ ସିଂହ ସେଙ୍ଗର ବିରୋଧରେ ଦୁଷ୍କର୍ମ ଅଭିଯୋଗ ରହିଛି । ଦୁଷ୍କର୍ମରେ ଶିକାର ହୋଇଥିବା ପୀଡିତାଙ୍କ ସମେତ ତାଙ୍କ ଖୁଡୀ, ମାଉସୀ ଏବଂ ଓକିଲ ରାଇବରେଲୀ ଜେଲରେ ଥିବା ନିଜ ସମ୍ପର୍କୀୟଙ୍କ ସହ ସାକ୍ଷାତ କରିବାକୁ ଯାଉଥିଲେ । ଅଧାବାଟରେ ତାଙ୍କର କାରକୁ ଏକ ଟ୍ରକ ପିଟିଥିଲା ଯେଉଁଥିରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏଠାରେ ସନ୍ଦେହ କରାଯାଉଛି ଯେ ଯୋଜନବଦ୍ଧ ଭାବେ ଉକ୍ତ ଦୁର୍ଘଟଣାଟି ଘଟାଯାଇଥିଲା ।

Intro:नई दिल्ली। उन्नाव रेप मामले की सुनवाई कर रहे जज धर्मेश शर्मा आज से पीड़िता का एम्स जाकर बयान दर्ज करेंगे। जज धर्मेश शर्मा ने दिल्ली हाईकोर्ट और सुप्रीम कोर्ट से मांग की थी कि पीड़िता का बयान दर्ज करने के लिए एम्स को अस्थायी कोर्ट बनाने की अनुमति दी जाए। उनकी अर्जी और सुप्रीम कोर्ट के आदेश के बाद दिल्ली हाईकोर्ट ने पिछले 6 सितंबर को एम्स के ट्रामा सेंटर के परिसर को अस्थायी कोर्ट बनाने की अनुमति दी थी। 

Body:पिछले 6 सितंबर को जज धर्मेश शर्मा ने ट्रायल पूरा करने के लिए 45 दिन की समयसीमा को बढ़ाये जाने की मांग की थी। सुप्रीम कोर्ट ने इसकी इजाजत देते हुए कहा था कि आगे भी समयसीमा बढ़ाये जाने की ज़रूरत महसूस होने पर वो सुप्रीम कोर्ट का रुख कर सकते हैं।

Conclusion:पिछले 2 सितंबर को सुप्रीम कोर्ट ने उन्नाव रेप मामले की सुनवाई कर रही दिल्ली की तीस हजारी कोर्ट से पूछा था कि मामले की सुनवाई करने में कितना समय लगेगा। दरअसल इस मामले के एक आरोपी शशि सिंह ने कोर्ट को बताया कि इस केस से जुड़े दुर्घटना मामले में सीबीआई की ओर से अभी तक आरोपपत्र दाखिल नहीं किया गया है।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.