ନୂଆଦିଲ୍ଲୀ: ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ସାମ୍ବାଦିକଙ୍କ ବିରୋଧ । ସୁରକ୍ଷାକର୍ମୀଙ୍କ ବିରୋଧରେ ରଣ ହୁଙ୍କାର ଦେଲେ ସାମ୍ବାଦିକ । ମୁଜାଫରବାଦ ପ୍ରେସ କ୍ଲବ ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ବିରୋଧରେ କଲେ ପ୍ରଦର୍ଶନ ।
ଗତକାଲି(ମଙ୍ଗଳବାର) ଅନେକ ସାମ୍ବାଦିକଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀ ଆକ୍ରମଣ କରିବା ଅଭିଯୋଗରେ ଏପରି କରିଛନ୍ତି ପିଓକେ ସାମ୍ବାଦିକ । ମୁଜାଫରବାଦ ପ୍ରେସ କ୍ଲବ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ବିରୋଧରେ ସାମ୍ବାଦିକ ମାନେ ନାରାବାଜି ଦେଇଛନ୍ତି ।