ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ପରିସରରେ ଚାଲିଥିବା ଆନ୍ଦୋଳନ, କେନ୍ଦ୍ର ସରକାରଙ୍କ ଅଲୋକତାନ୍ତ୍ରିକ ପ୍ରବୃତ୍ତିରୁ ଦେଶରେ ଯୁବକଙ୍କ ମଧ୍ୟରେ ବଢୁଥିବା ଅଶାନ୍ତି ସହିତ ଶିକ୍ଷିତଙ୍କ ମଧ୍ୟରେ ଅସନ୍ତୋଷ ଓ ଅସୁରକ୍ଷାଭାବ ପ୍ରତିବିମ୍ୱିତ ହେଉଛି। କାରଣ ଏହି ଯୁବକ ରାଜନୈତିକ ଦୃଷ୍ଟିକୋଣରୁ ସଚେତନ ଅଛନ୍ତି। ଏଥିପାଇଁ ଏହି ବିରୋଧକୁ ଅଲଗା ଦେଖିବା ଓ ବିଶେଷାଧିକାର ପ୍ରାପ୍ତ ନୂଆଦିଲ୍ଲୀର ଏକ ସମ୍ଭ୍ରାନ୍ତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସୀମିତ ବୋଲି କହିବା ଭୁଲ ହେବ।
ନିକଟରେ ନାଗରିକ ନିୟମ ସଂଶୋଧନ ଆଇନ(ସିଏଏ-2019) ଓ ପ୍ରସ୍ତାବିତ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନଓ (ଏନଆରସି) ବିରୋଧରେ ଜେଏନୟୁର ବିଶୃଙ୍ଖଳାକୁ ଦେଶର ଅନ୍ୟ ଅଞ୍ଚଳରେ ଯୁବକଙ୍କ ଅଶାନ୍ତି ବୋଲି କୁହାଯାଇପାରେ। ମାସକରୁ ଅଧିକ ସମୟ ଧରି ଆସାମ ଓ ଉତ୍ତର-ପୂର୍ବ ରାଜ୍ୟ ସହିତ ଦେଶର ବାକି ଅଞ୍ଚଳରେ ସିଏଏ, ଏନଆରସିର ବିରୋଧ ବଢିଛି। ବୋଧହୁଏ ଏହା ଦେଶର ନୂଆ ରାଜନୀତିର ଅଗ୍ରଦୂତ ସାଜିଛି। ଏଥିରେ ରାଜନୈତିକ ନିହିତାର୍ଥ ରହିଛି।
ଜେଏନୟୁର ଛାତ୍ର ଗତ ବର୍ଷ ଅକ୍ଟୋବର ମାସର ଶେଷଭାଗରେ ହଷ୍ଟେଲ ଫି’ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ଘୋଷଣା ଅନୁସାରେ ରକ୍ଷଣାବେକ୍ଷଣ, ମେସ ଶ୍ରମିକଙ୍କ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା, ବିଜୁଳି ଓ ପାଣିର ଉଚିତ ମୂଲ୍ୟ ଛାତ୍ରଙ୍କୁ ଦେବାକୁ ପଡିବ। ଛାତ୍ରଙ୍କ ବିରୋଧ ପାଇଁ ଧନ୍ୟବାଦ, ଏହାକୁ ବ୍ୟକ୍ତିଗତ ଭାବରେ ମୁଁ ଉଚିତ ବୋଲି ମନେ କରୁଛି। ସେମିଷ୍ଟର ପାଇଁ ପାଠପଢ଼ା ସମୂର୍ଣ୍ଣ ହୋଇନାହିଁ କି ସମୟ ଅନୁସାରେ ପରୀକ୍ଷା କରାଯାଇନାହିଁ। ଚଳିତ ମାସ ଆରମ୍ଭରେ ନୂଆ ସେମିଷ୍ଟାର ପାଇଁ ହେଉଥିବା ପଞ୍ଜିକରଣରେ ୭୦ ପ୍ରତିଶତ ଛାତ୍ର ନିଜର ପଞ୍ଜିକରଣ କରିନାହାଁନ୍ତି। ଏସବୁର ଶୀର୍ଷରେ ଗତ 5 ତାରିଖ ରବିବାର ରାତିରେ ମୁଖାପିନ୍ଧା ଲୋକ ଲାଠି, ଲୁହା ଛଡ ଓ ହାତୁଡି ଧରି ଛାତ୍ରାବାସରେ ପଶି ଛାତ୍ର ଓ ଶିକ୍ଷକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ଓ ଫଟୋ ପ୍ରମାଣପତ୍ର ଥିବା ପରେ ବି 70 ଜଣଙ୍କ ମଧ୍ୟରୁ କୌଣସି ଜଣେ ଆକ୍ରମଣକାରୀକୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଦିଲ୍ଲୀ ପୋଲିସ ଚିହ୍ନଟ କିମ୍ବା ଗିରଫ କରିନାହିଁ। ଏହାଫଳରେ ସମଗ୍ର ଦେଶରେ ହାହାକାର ସୃଷ୍ଟି ହୋଇଛି।
ଜେଏନୟୁ ସଙ୍କଟର ରାଜନୀତି:
ଜେଏନୟୁ ସବୁବେଳେ ଭାରତୀୟ ବିଚାରଧାରାକୁ ସଂରକ୍ଷିତ କରୁଥିବା ଦକ୍ଷିଣପନ୍ଥୀଙ୍କ ବିରୋଧି ଓ ଶାସନ ବିରୋଧିଭାବେ ଜଣାଶୁଣା । ଜେଏନୟୁର ଜୀବନ୍ତ ବୌଦ୍ଧିକ ସମୁଦାୟର ସମାଲୋଚନା ପରେ ବି କଂଗ୍ରେସ କିମ୍ୱା ମେଣ୍ଟ ସରକାର ଜେଏନୟୁର ଛାତ୍ର ଓ ଶିକ୍ଷକଙ୍କ ସହିତ ଶତ୍ରୁତା କରିବା ପରିବର୍ତ୍ତେ ସହଯୋଗ କରିବା ପାଇଁ ପସନ୍ଦ କରି ଏକୁଟିଆ ଛାଡ଼ିଦେଇଥିଲା। କିନ୍ତୁ ମୋଦି ସରକାର ଶିକ୍ଷକ ଓ ଛାତ୍ରଙ୍କ କ୍ଷେତ୍ରରେ ଅଲଗା ନୀତି ଆପଣାଇ ଜେନୟୁକୁ ଏକ ଦେଶ ବିରୋଧି ବିଶ୍ୱବିଦ୍ୟାଳୟଭାବେ ଚିତ୍ରିତ କରୁଛି । ଜେଏନୟୁ ସଂକଟ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରରେ ବିଜେପି ସରକାରର ରାଜନୈତିକ ଉପଯୋଗୀତା ପାଇଁ ହୋଇନାହିଁ। ବହୁଳ ଭାବରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାବେଳେ ବେରୋଜଗାରୀ ଆକାଶ ଛୁଇଁବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଲଗାତାର ନିର୍ବାଚନ ହାରିବା ପରେ କେନ୍ଦ୍ରର ବିଜେପି ସରକାର ଅଧିକ ଚାପରେ ଥିବାବେଳେ ଜେଏନୟୁ ଦେଶର ସମସ୍ୟାକୁ ଉପସ୍ଥାପିତ କରି ସରକାରର ବ୍ୟାକୁଳତାକୁ ଅଧିକ ବୃଦ୍ଧି କରିଛି। ଜେଏନୟୁ ଦେଶର ଏକତା ଓ ଅଖଣ୍ଡତାକୁ ନଷ୍ଟ କରିବା ସହିତ ଦେଶକୁ ବିଭାଜନ କରିବା ପାଇଁ ଚେଷ୍ଟା କରୁଛି ବୋଲି ସରକାର ଦେଶର ମୁଖ୍ୟଧାରାରେ ଥିବା କିଛି ମିଡ଼ିଆଦ୍ୱାରା ଅଭିଯୋଗ କରିଆସୁଛି। ବାକି ସବୁ ପ୍ରସଙ୍ଗ ସାଧାରଣ ଲୋକଙ୍କ ପାଇଁ କମ ମହତ୍ତ୍ୱପୂର୍ଣ୍ଣ। ଏହା ଉଲ୍ଲେଖ କରିବା ଆବଶ୍ୟକତା ନାହିଁ ଯେ, ଏହିସବୁ ଅଭିଯୋଗ ସାମାନ୍ୟ ତଥ୍ୟ ଉପରେ ପର୍ଯ୍ୟବେସିତ ହୋଇଥିବାରୁ ନ୍ୟାୟିକ ଯାଞ୍ଚ ସମୟରେ କଟିଯିବ।
କିଛି ଅର୍ଥଶାସ୍ତ୍ରୀଙ୍କ ଯୁକ୍ତି ଅନୁସାରେ ଦୀର୍ଘ ୪୨ ବର୍ଷ ପରେ ଏବେ ଭାରତର ଅର୍ଥବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତିରେ ରହିଛି। ୨୦୨୦ରେ ଭାରତର ଅଭିବୃଦ୍ଧି ହାର 5 ପ୍ରତିଶତରେ ରହିବ ବୋଲି ବିଶ୍ୱବ୍ୟାଙ୍କ ଅନୁମାନ କରିଛି। ଏହି ସମୟରେ ଦକ୍ଷିଣପନ୍ଥୀଙ୍କ ପାଇଁ ଜେଏନୟୁ ‘ସାମୁହିକ ବ୍ୟାକୁଳତା’ ଅସ୍ତ୍ର ସାଜିଛି। ଏଭଳି ବିପଦଜନକ ସନ୍ଦର୍ଭକୁ ଆଖିଆଗରେ ରଖି ଦକ୍ଷିଣପନ୍ଥୀଙ୍କ ପାଇଁ ଦେଶ ଭିତରେ ରହି ଦେଶକୁ ବିଭାଜନ କରିବା ପାଇଁ ଚେଷ୍ଟା କରୁଥିବା ଜେଏନୟୁ ଏହି କାଳ୍ପନିକ ଶତ୍ରୁଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଆଗଭର ହୋଇଉଠିଛି।
ସିଏଏ ଓ ଏନଆରସିକୁ ବିରୋଧ: ଏକ ଶକ୍ତିଶାଳୀ ମିଳିତଶକ୍ତି
ରାଷ୍ଟ୍ରବାଦ ରାଜନୀତିକୁ ସାବଧାନତା ସହିତ ପରିଚାଳନା କରିବା, ନିଜ ବିଚାରଧାରର ବିରୋଧିଙ୍କୁ ପଛକୁ ଠେଲି ଦେବାର କ୍ଷମତା ଥିବା ସତ୍ତ୍ୱେ ବିଜେପି ଦେଶର ବିଭିନ୍ନ ଭାଗରେ ସିଏଏ ଓ ଏନଆରସି ବିରୋଧରେ ମୁଖ୍ୟତଃ ନେତୃତ୍ୱ ନେଉଥିବା ସାଧାରଣ ଜନତାଙ୍କ ଆଗରେ ଦୁର୍ବଳ ସ୍ଥିତିରେ ରହିଛି। ଏହି ଆନ୍ଦୋଳରେ ଯୁବକ ସବୁଠାରୁ ଆଗରେ ଅଛନ୍ତି। ଏହି କାରଣରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଏନଆରସି ଲାଗୁ କରିବା ପାଇଁ ଭିନ୍ନମତ ପୋଷଣ କରୁଥିଲେ ଓ ପରେ ଏବେ ଚୁପ ହୋଇଯାଇଛନ୍ତି। ରାଜନୀତିଠାରୁ ଦୂରେଇ ରହୁଥିବା ଜନସଂଖ୍ୟାକୁ ବିଜେପି ନିବେଦନ କଲେ ସଫଳତା ପାଇପାରେ।
ମଧ୍ୟମ ବର୍ଗର ଆର୍ଥିକ ବିକାଶକୁ ନଷ୍ଟ କରିଥିବା କାରଣରୁ ସେମାନଙ୍କ ନିକଟରେ ବିଜେପିର ନିବେଦନ ବହୁତ ଦୁର୍ବଳ ହୋଇପାରେ। ଏହି ସମସ୍ୟାର ରକ୍ଷା ପାଇବା ପାଇଁ ଜେଏନୟୁ ବିଜେପିକୁ ନିଶ୍ଚିତ ଭାବରେ ସୁରକ୍ଷା ପ୍ରଦାନ କରିଛି। ଏହି ମିଳିତ ଅସନ୍ତୋଷ ବିରୋଧରେ ଯଦି ଆନ୍ଦୋଳନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲେ ତେବେ ଏହା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବ। ବିଜେପିର ସବୁଠାରୁ ବଡ଼ ରାଜନୈତି ଅସ୍ତ୍ର ହେଉଛି ଧ୍ରୁବୀକରଣ ରାଜନୀତି କରିବାର କ୍ଷମତା ରହିଛି। କିନ୍ତୁ ଯଦି ତାର ନୀତି ବିରୋଧରେ ଲୋକପ୍ରିୟ ବିରୋଧ ଜାରି ରହି ଧ୍ରୁବୀକରଣ ନୀତି କାମ ନ କରେ ତେବେ ବିଜେପି ସରକାର ତାର ବିବାଦିତ ନୀତିକୁ ପ୍ରତ୍ୟାହାର କରିନେବାକୁ ବିଚାର କରିପାରେ।
ଏବେ ନିକଟରେ ହେବାକୁ ଥିବା ନିର୍ବାଚନରେ ମୋଦି ସରକାର ଏନଆରସି ଓ ସିଏଏ ବିତର୍କ ପ୍ରସଙ୍ଗକୁ ନେଇ ମତଦାତାଙ୍କୁ ଧ୍ରୁବୀକରଣ କରିବା ପାଇଁ ନିର୍ବାଚନରେ ଭୋଟ ଭିକ୍ଷା କରିବ। ଏହି କାରଣରୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଓ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଭାବେ ଖୁବ ସତର୍କତାର ସହିତ ଏନଆସି ଓ ସିଏଏ ପ୍ରସଙ୍ଗକୁ ନେଇ ବିତର୍କ କରିବାରେ ଳାଗିଛନ୍ତି। ହେଲେ ଅଶାନ୍ତି ଲାଗି ରହିଲେ ଏହି ବିରୋଧ ବୃଦ୍ଧି ପାଇବା ସହିତ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ।
ହାପିମନ ଜ୍ୟାକବ(ଜେଏନୟୁ ଅଧ୍ୟାପକ)