ETV Bharat / bharat

ନେତାଏ ଆସିବେ ଯିବେ, ହେଲେ କେବେ ନିର୍ମାଣ ହେବ ଅହିରା ସେତୁ ? - problems

ନିର୍ବାଚନ ସମୟରେ ଗାଁ ଦାଣ୍ଡକୁ ବାହାରନ୍ତି ନେତା । ଅଭିନେତା ସାଜି ଗାଁ ମୁହାଁ ହୁଅନ୍ତି ରାଜନେତା । ସାଧାରଣ ଜନତାଙ୍କ ଉପରେ ଅଜାଡନ୍ତି ପ୍ରତିଶୃତିର ବର୍ଷା । ହେଲେ ଏହାର ପରବର୍ତ୍ତୀ ସମୟରେ ଜନତାଙ୍କୁ ମିଳେ ପ୍ରତାରଣା । ସେହିପରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଏକ ଅଭିଶପ୍ତ ଗାଁ ହେଉଛି ଲଖନପୁର ବ୍ଲକ ଅନ୍ତର୍ଗତ ଦେବଦରହ ଗାଁ ।

ଫଟୋ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା
author img

By

Published : Apr 5, 2019, 2:06 PM IST

ଝାରସୁଗୁଡା: ଶିଳ୍ପ ସମୃଦ୍ଧ ସହିତ ଖଣି ଖାଦାନ ଜିଲ୍ଲା ଝାରସୁଗୁଡା । ଏହି ଜିଲ୍ଲାର ପ୍ରାୟ ସମସ୍ତ ଗାଁକୁ ସବୁଦିନିଆ ରାସ୍ତା ଥିବା ବେଳେ ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଲଖନପୁର ବ୍ଲକ ଅନ୍ତର୍ଗତ ଦେବଦରହ ଗାଁ । ଏପର୍ଯ୍ୟନ୍ତ ଏହି ଗାଁକୁ ଯିବାଆସିବା ପାଇଁ ରାସ୍ତାର ସୁବିଧା ଟିକେ ହୋଇପାରିନାହିଁ ।

ଦେବଦରହ ଗାଁରେ ପ୍ରାୟ 60ରୁ ଅଧିକ ପରିବାର ବସବାସ କରୁଛନ୍ତି । ଏହି ଗାଁକୁ ଯିବା ବାଟରେ ପଡିଥାଏ ଚିରସ୍ରୋତା ଅହିରା ନାଳା । ଏହି ନାଳ ଉପରେ ସେତୁ ନିର୍ମାଣ ହୋଇନଥିବାରୁ ବିଶେଷ କରି ବର୍ଷା ଦିନରେ ଗ୍ରାମବାସୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

ବିଶେଷ କରି ବର୍ଷା ଦିନରେ ଆଣିଥାଏ ଗ୍ରାମବାସୀଙ୍କ ପାଇଁ ନାହିଁ ନଥିବା ଦୁଃଖ । ଦେବଦରହ ଗାଁର ତିନିପଟେ ନାଳ ବୋହୁ ଥିବାବେଳେ ଗୋଟିଏ ପଟେ ରହିଛି ଘଞ୍ଚ ଜଙ୍ଗଲ ।

ଅଧିକ ପଢନ୍ତୁ: ନିର୍ବାଚନ ଆଚରଣ ବିଧିର ଉଲଂଘନ: ନିର୍ବାଚନୀ ରାଲିକୁ ରୋକିଲା

ନାଳ ଯୋଗୁଁ ପିଲାମାନେ ପାଠ ପଡିବା ଯିବା ପାଇଁ ଅନେକ ଅସୁବିଧା ହେଉଥିବା ବେଳେ ରୋଗୀ ଓ ପ୍ରସ୍ତୁତି ମହିଳାମାନଙ୍କୁ ଡାକ୍ତରଖାନା ନେବାପାଇଁ ଆସୁଥିବା ଆମ୍ବୁଲାନ୍ସ ଅଧବାଟରେ ରହିଯାଏ । ଶେଷରେ ଆରମ୍ଭ ହୁଏ ଖଟିଆ ବୁହା ଅଭିଯାନ ।

ବର୍ତ୍ତମାନ ନିର୍ବାଚନ ଆସିଥିବାରୁ ଦେବଦରହ ଗାଁକୁ ସମସ୍ତ ଦଳର ନେତାମନ୍ତ୍ରୀଙ୍କ ସୁଅ ଛୁଟିଛି । ହେଲେ ପ୍ରତିଶୃତି ଦେଇ ଯାଉଥିବା ନେତାମନ୍ତ୍ରୀ କେବେ ଏଠାରେ ନାଳ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ତାହା ଦେଖିବାକୁ ବାକି ରହିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.