ETV Bharat / bharat

ଝାଡଖଣ୍ଡରେ ଜୁଲାଇ 31 ଯାଏଁ ବଢିଲା ଲକଡାଉନ ଅବଧି

author img

By

Published : Jun 26, 2020, 9:47 PM IST

ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଝାଡଖଣ୍ଡ ସରକାର । ରାଜ୍ୟରେ କୋରୋନା ଜନିତ ଲକଡାଉନ ଅବଧିକୁ ଆଗାମୀ ଜୁଲାଇ 31 ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ସରକାର ।

lockdown update in jharkhand, jharkhand latest news, coronavirus news, corona lockdown, lockdown extended in jharkhand, ଝାଡଖଣ୍ଡରେ ଲକଡାଉନ ଅପଡେଟ, ଝାଡଖଣ୍ଡ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଲକଡାଉନ, ଝାଡଖଣ୍ଡରେ ବଢିଲା ଲକଡାଉନ ଅବଧି
ଝାଡଖଣ୍ଡରେ ଜୁଲାଇ 31 ଯାଏଁ ବଢିଲା ଲକଡାଉନ ଅବଧି

ରାଞ୍ଚି: ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଝାଡଖଣ୍ଡ ସରକାର । ପ୍ରଥମେ ପଶ୍ଚିମବଙ୍ଗ ସରକାର ଏନେଇ ନିଷ୍ପତ୍ତି ନେଇସାରିଥିବା ବେଳେ ଦ୍ବିତୀୟରେ ଝାଡଖଣ୍ଡ ସରକାର ମଧ୍ୟ ନେଇଛନ୍ତି ସମାନ ପଦକ୍ଷେପ । ରାଜ୍ୟରେ କୋରୋନା ଜନିତ ଲକଡାଉନ ଅବଧିକୁ ଆଗାମୀ ଜୁଲାଇ 31 ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ସରକାର ।

ସୂଚନା ଅନୁଯାୟୀ 94ତମ ଦିନରେ ଦେଶରେ ଲକଡାଉନ ପହଞ୍ଚିଥିବା ବେଳେ କୋରୋନା ସଂକ୍ରମଣ କମିବା ବଦଳରେ ବଢିବଢି ଚାଲିଛି । ଦେଶରେ ଏଯାବତ୍‌ 4.9 ଲକ୍ଷ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା 15,301ରେ ପହଞ୍ଚିଛି । ଦେଶରେ 58.25 ପ୍ରତିଶତ ହାରରେ ଆକ୍ରାନ୍ତମାନେ ସୁସ୍ଥ ହେଉଥିବା ବେଳେ କେତେକ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଥିବା ଦେଖାଯାଇଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ଏଯାବତ୍‌ ସର୍ବାଧିତ ସଂଖ୍ୟକ ଆକ୍ରାନ୍ତ ଦେଖାଦେଇଛନ୍ତି ।

ଏପରି ସ୍ଥିତିରେ ନିଜ ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ଝାଡଖଣ୍ଡ ସରକାର ଶୁକ୍ରବାର ଲକଡାଉନ ଅବଧି ଜୁଲାଇ 31 ଯାଏଁ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି । ଗୁରୁବାର ସୁଦ୍ଧା ଝାଡଖଣ୍ଡରେ 2261 ଟି ମାମଲା ସାମ୍ନାକୁ ଆସିସାରିଥିବା ବେଳେ ବର୍ତ୍ତମାନ 644ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନା ସଂକ୍ରମଣ ଯୋଗୁଁ 12 ଜଣ ପ୍ରାଣ ହରାଇଥିବା ଜଣା ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.