ETV Bharat / bharat

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୋରୋନା ଆକ୍ରାନ୍ତ - Jharkhand Chief Minister

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପାଦ ଦେଇଛି କୋରୋନା ଭୂତାଣୁ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଗାଡିର ଡ୍ରାଇଭର କରୋନା ପଜିଟିଭ ବୋଲି ଜଣାପଡିଥିବା ବେଳେ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଜଣେ ବ୍ୟକ୍ତିଗତ ସଚିବ ମଧ୍ୟ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ...

jharkhand-chief-ministers-personal-secretary-corona-positive
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୋରୋନା ଆକ୍ରାନ୍ତ
author img

By

Published : Aug 1, 2020, 11:36 AM IST

Updated : Aug 1, 2020, 2:29 PM IST

ରାଞ୍ଚି: ଦେଶରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା । ଏପଟେ ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପାଦ ଦେଇଛି କୋରୋନା ଭୂତାଣୁ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଗାଡିର ଡ୍ରାଇଭର କରୋନା ପଜିଟିଭ ବୋଲି ଜଣାପଡିଥିବା ବେଳେ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଜଣେ ବ୍ୟକ୍ତିଗତ ସଚିବ ମଧ୍ୟ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଡ୍ରାଇଭର କାଜଲ ଠାକୁର ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ସଚିବ କମଲେଶ କୁମାରଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଦୁହେଁ ପାଟନାରୁ ଫେରି ଘରୋଇ ସଙ୍ଗରୋଧରେ ଥିଲେ । ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀଙ୍କର କୋରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଉଭୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର କୋରୋନା ପଜିଟିଭ ପରୀକ୍ଷା କରିଥିବା ଜଣେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା ।

ଶୁକ୍ରବାର ରାତିରେ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ୍ୟରେ 915 ନୂତନ କୋରୋନା-ପଜିଟିଭ୍ ମାମଲା ନିଶ୍ଚିତ ହୋଇଛି। ଏହା ପରେ ମୋଟ ରୋଗୀଙ୍କ ସଂଖ୍ୟା 11,314କୁ ବୃଦ୍ଧି ପାଇଛି। ଏଥିରେ 106 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 4,314 ଜଣ ଲୋକ ସୁସ୍ଥ ହୋଇଥିବା ଜଣା ପଡ଼ିଛି ।

Last Updated : Aug 1, 2020, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.