ETV Bharat / bharat

ଝାଡ଼ଖଣ୍ଡରେ ଭୋଟିଂ ଭଣ୍ଡୁର କରିବାକୁ ନକ୍ସଲଙ୍କ ପ୍ରୟାସ, ଜାଳିଦେଲେ ବସ୍‌

author img

By

Published : Dec 7, 2019, 1:59 PM IST

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ବେଳେ ନକ୍ସଲଙ୍କ ହିଂସାକାଣ୍ଡ। ମତଦାନରେ ପ୍ରଭାବ ପକାଇବା ପାଇଁ ମୁଫସିଲ ଥାନା କ୍ଷେତ୍ରରେ ଜାଳିଦେଲେ ବସ୍‌।

naxalites-set-fire-to-bus
ଫାଇଲ ଫଟୋ

ରାଞ୍ଚି: ଝାଡ଼ଖଣ୍ଡରେ ଆତଙ୍କ ଖେଳାଇଲେ ନକ୍ସଲ। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ବେଳେ ନକ୍ସଲଙ୍କ ହିଂସାକାଣ୍ଡ। ମତଦାନରେ ପ୍ରଭାବ ପକାଇବା ପାଇଁ ମୁଫସିଲ ଥାନା କ୍ଷେତ୍ରରେ ଜାଳିଦେଲେ ବସ୍‌। ବସ୍‌ଟି ମତଦାତାଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ନେଇଯାଉଥିବା ବେଳେ ଚାଇବାସାର ଜୋଜଗୁଟୁ ଗ୍ରାମ ନିକଟରେ ଘଟିଛି ଏଭଳି ଘଟଣା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବରକେଳା ବନ କ୍ଷେତ୍ରର ସୁଦୁରବର୍ତ୍ତୀ ମତଦାନ କେନ୍ଦ୍ର ସମ୍ବେଦନଶୀଳ ଅଞ୍ଚଳ ହୋଇଥବାରୁ ଚଳିତ ବର୍ଷ ବରକେଳାରେ ମତଦାନ ଅନୁଷ୍ଠିତ ହେଉଛି। ପ୍ରଶାସନ ପକ୍ଷରୁ ଦୂରବର୍ତ୍ତୀ ଅଞ୍ଚଳର ଭୋଟରଙ୍କୁ ବରକେଳା ସ୍ଥିତ ମତଦାନ କେନ୍ଦ୍ରକୁ ନେବା ଆଣିବା ପାଇଁ ଗାଡିର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ଏକ ବସରେ ବରକେଳା ଅଣାଯାଉଥିଲା । ଏହି ସମୟରେ ଚାଇବାସାର ଜୋଜୋଗୁଟୁ ଗ୍ରାମ ନିକଟରେ 10-15 ସଶସ୍ତ୍ର ନକ୍ସଲ ଆସି ପ୍ରଥମେ ବସ୍‌କୁ ଘେରି ଦେଇଥିଲେ । ଏହାପରେ ବସ୍‌ର ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ।

ନକ୍ସଲଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହାର ପ୍ରଭାବ ମତଦାନ ପ୍ରକ୍ରିୟାରେ ଦେଖିବାକୁ ମିଳିଛି । ସେପଟେ ଘଟଣା ପରେ ପୋଲିସର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ଘେରାବନ୍ଦୀ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.