ନୂଆଦିଲ୍ଲୀ: NEET ଏବଂ JEE ପରୀକ୍ଷାକୁ ନେଇ ହେଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ JEE ମେନ୍ ପରୀକ୍ଷା ହେବା ନେଇ ନେଶନାଲ ଟଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷା ସେପ୍ଟେମ୍ବର 1 ରୁ 6 ତାରିଖ ମଧ୍ୟରେ ହେବ । ସେହିପରି NEET (UG)ପରୀକ୍ଷା ସେପ୍ଟେମ୍ବର 13 ତାରିଖରେ ଅନୁଷ୍ଠିତ ହେବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି ।
ତେବେ ଦେଶରେ କୋରୋନା ଭାଇରସ ମାମଲା ବୃଦ୍ଧି ପାଉଥିବାରୁ ଅଭିଭାବକ ଏବଂ ଛାତ୍ରମାନେ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଥିଲେ । କୋରୋନାକୁ ଦୃଷ୍ଟିରେ ରଖି NEET ଏବଂ JEE ମେନ୍ ପରୀକ୍ଷା ଦୁଇଥର ସ୍ଥଗିତ ରଖାଯାଇଥିଲା । ପୂର୍ବରୁ ଏହି ପରୀକ୍ଷା ମେ’ ମାସରେ ଅନୁଷ୍ଠିତ ହେବାର ଥିଲା ।
କୋରୋନା ଯୋଗୁଁ ଏହାକୁ ଜୁଲାଇରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟରେ କୋରୋନାର ପ୍ରକୋପ ଅତ୍ୟାଧିକ ଥିବାରୁ ଏହାକୁ ସେପ୍ଟେମ୍ବରରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।