ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାମପୁର ସମାଜବାଦୀ ପାର୍ଟିର ନେତା ଆଜମ ଖାନ ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ ରଖି ଏବେ ଚର୍ଚ୍ଚିତ । ତେବେ ସୋମବାର ଆଜମଙ୍କ ମନ୍ତବ୍ୟର ପାଲଟା ଜବାବ ଦେଇଛନ୍ତି ଜୟପ୍ରଦା।
-
Jaya Prada: He shouldn't be allowed to contest elections. Because if this man wins, what will happen to democracy? There'll be no place for women in society. Where will we go? Should I die, then you'll be satisfied? You think that I'll get scared & leave Rampur? But I won't leave pic.twitter.com/85EuDaoZd8
— ANI UP (@ANINewsUP) April 15, 2019 " class="align-text-top noRightClick twitterSection" data="
">Jaya Prada: He shouldn't be allowed to contest elections. Because if this man wins, what will happen to democracy? There'll be no place for women in society. Where will we go? Should I die, then you'll be satisfied? You think that I'll get scared & leave Rampur? But I won't leave pic.twitter.com/85EuDaoZd8
— ANI UP (@ANINewsUP) April 15, 2019Jaya Prada: He shouldn't be allowed to contest elections. Because if this man wins, what will happen to democracy? There'll be no place for women in society. Where will we go? Should I die, then you'll be satisfied? You think that I'll get scared & leave Rampur? But I won't leave pic.twitter.com/85EuDaoZd8
— ANI UP (@ANINewsUP) April 15, 2019
ସେ ଆଜମଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଅପିଲ କରିଛନ୍ତି । ସେ ଆଜମଙ୍କୁ ସିଧା ଟକ୍କର ଦେଇ କହିଛନ୍ତି ମୁଁ ଆଜମଙ୍କ ଡରରେ ରାମପୁର ଛାଡି କୁଆଡେ ଯିବି ନାହିଁ। ତାଙ୍କୁ ନିର୍ବାଚନରେ ହରାଇବା ପରେ ଜାଣିବେ ଜୟପ୍ରଦା କଣ। ଆଜମଙ୍କୁ ରାକ୍ଷୀ ବାନ୍ଧିଥିବା ଜୟପ୍ରଦା ଆଜି କହିଛନ୍ତି ଆଜମଙ୍କ ସହ ମୋର କିଛି ସଂପର୍କ ନାହିଁ, ସେ ମୋ ଭାଇ ନୁହେଁ।
ଏଭଳି ମନ୍ତବ୍ୟ ମୋ ପାଇଁ ନୂଆ ନୁହେଁ। 2009ମସିହାରେ ମୁଁ ଯେବେ ତାଙ୍କ ଦଳର ପ୍ରାର୍ଥୀ ଥିଲି ସେ ମୋ ବିଷୟରେ ଏମିତି କିଛି ମନ୍ତବ୍ୟ ରଖିଥିଲେ। କିନ୍ତୁ ମୋତେ କେହି ସମର୍ଥନ କରିନଥିଲେ । କିନ୍ତୁ ମୁଁ ଜଣେ ମହିଳା, ସେ କହିଥିବା ଅଶ୍ଲୀଳ ମନ୍ତବ୍ୟ ମୁଁ ମୋ ପାଟିରେ ଧରି ପାରିବି ନାହିଁ ବୋଲି କହିଛନ୍ତି ଜୟପ୍ରଦା।
ଯଦି ଆଜମ ନିର୍ବାଚନରେ ବିଜୟୀ ହୁଅନ୍ତି ଲୋକତନ୍ତ୍ରର କଣ ହେବ ? ସମାଜରେ ମହିଳାଙ୍କ ପାଇଁ କିଛି ସ୍ଥାନ ରହିବ ନାହିଁ। ମୁଁ ତାଙ୍କୁ ହରାଇ ଏହା ପ୍ରମାଣିତ କରିବି ପ୍ରକୃତରେ ଜୟପ୍ରଦା କଣ।