ETV Bharat / bharat

ଜେଏନୟୁ ଛାତ୍ର ଅସନ୍ତୋଷ; ସଂସଦର ପରିସରରେ ଲାଗିଲା ଧାରା 144

author img

By

Published : Nov 18, 2019, 12:32 PM IST

ଜେଏନୟୁ ଛାତ୍ରସଙ୍ଘ ସଂସଦ ବାହାରେ ମାର୍ଚ୍ଚ କରି ବିକ୍ଷୋଭ କରିବାକୁ ପ୍ରସ୍ତୁତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସଂସଦର ଆଖପାଖ ଅଞ୍ଚଳରେ 144 ଧାରା ଲାଗୁ କରାଯାଇଛି।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ଫି' ବୃଦ୍ଧି ଏବଂ ନୂଆ ହଷ୍ଟେଲ ନିୟମକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ । ଏନେଇ ଜେଏନୟୁ ଛାତ୍ରସଙ୍ଘ ସଂସଦ ବାହାରେ ମାର୍ଚ୍ଚ କରି ବିକ୍ଷୋଭ କରିବାକୁ ପ୍ରସ୍ତୁତ ହୋଇଛି । ସେପଟେ ଜେଏନୟୁ ଛାତ୍ରଙ୍କୁ ସଂସଦ ଯିବାରୁ ରୋକିବା ପାଇଁ କଡା ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ। ଏହାକୁ ଦୃଷ୍ଟିରେ ରଖି ସଂସଦର ଆଖପାଖ ଅଞ୍ଚଳରେ 144 ଧାରା ଲାଗୁ କରାଯାଇଛି।

ଅନ୍ୟପକ୍ଷରେ ଜେଏନୟୁ ଛାତ୍ର ଅସନ୍ତୋଷର ସମାଧାନ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି କମିଟି ଛାତ୍ର ଏବଂ ଜେଏନୟୁ ପ୍ରଶାସନ ସହ ଆଲୋଚନା କରି ସମସ୍ତ ସମସ୍ୟାର ଶାନ୍ତି ପୂର୍ଣ୍ଣ ସମାଧାନ କରିବ ।

ଭିଡିଓ ସୌଜନ୍ୟ: ଏଏନଆଇ

ଗଣଶିକ୍ଷାର ସୁରକ୍ଷା ଏବଂ ସାଂସଦଙ୍କୁ ଘଟଣା ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ପଦଯାତ୍ରାର ଆୟୋଜନ କରିଛନ୍ତି ଜେଏନୟୁ ଛାତ୍ର ସଙ୍ଘ। ଜେଏନୟୁ ପରିସରରୁ ସଂସଦ ପର୍ଯ୍ୟନ୍ତ ମାର୍ଚ୍ଚର ଆୟୋଜନ କରିଛନ୍ତି। ‘ଟୁ ସେଭ ପବ୍ଲିକ ଏଜୁକେଶନ’ ନାରା ଲଗାଇ ସେମାନେ ଏହି ମୋର୍ଚ୍ଚା ଆରମ୍ଭ କରୁଛନ୍ତି। ସେପଟେ ଦିଲ୍ଲୀ ପୋଲିସ ସେମାନଙ୍କୁ ଜେଏନୟୁର 1 କିମି ସୀମା ମଧ୍ୟରେ ହିଁ ଅଟକାଇବାର ଯୋଜନା କରୁଛି।

ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ 9 କମ୍ପାନୀ ଫୋର୍ସ ମୁତୟନ କରିଛି ଯେଉଁଠି ପାରା ମିଲିଟାରୀ ଫୋର୍ସ ମଧ୍ୟ ସାମିଲ ଅଛନ୍ତି । ଏଥିପାପାଇଁ ପ୍ରାୟ 1200 ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.