ETV Bharat / bharat

ସୀମାରେ ଫୁଟୁଛି ଗୁଳି, ଏନକାଉଣ୍ଟରରେ 2 ଆତଙ୍କୀ ନିହତ

author img

By

Published : Apr 22, 2020, 8:47 AM IST

ପୁଣି ଅଶାନ୍ତ ସୀମା। ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ 2 ଜଣ ଆତଙ୍କବାଦୀ ସଫା।

JammuAndKashmir
ସୀମାରେ ଫୁଟୁଛି ଗୁଳି, ଏନକାଉଣ୍ଟରରେ 2 ଆତଙ୍କୀ ନିହତ

ଶ୍ରୀନଗର: ପୁଣି ଅଶାନ୍ତ ସୀମା। ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ 2 ଜଣ ଆତଙ୍କବାଦୀ ସଫା। ଏହି ଗୁଳି ବିନିମୟ ମଙ୍ଗଳବାର ମଧ୍ୟ୍ୟ ରାତ୍ରିରୁ ସୋପିଆନର ମେଲାହୁରା ଜିଲ୍ଲାରେ ଜାରି ରହିଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ।

ତେବେ ମଙ୍ଗଳବାର ସନ୍ଧ୍ୟାରେ ଏହି ଆତଙ୍କବାଦୀ ମାନେ ମେଲହର ଗାଁରେ ଲୁଚି ରହିଥିବା ସେନା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଏହାପରେ 55 ରାଷ୍ଟ୍ରୀୟ ରାଇଫଲ୍ସ , ସିଆରପିଏଫ୍ ଓ ଏସଓଜି ଯବାନଙ୍କ ଏକ ମିଳିତ ଅପରେସନ କରାଯାଇଥିଲା। ଏହି ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି।

ସୂଚନା ଥାଉକି, ଗତ ଏକ ମାସ ହେବ ସମଗ୍ର ଦେଶ ଏକ ମହାମାରୀ ସହ ଲଢେଇ କରୁଥିବା ବେଳେ ଏଭଳି ପରିସ୍ଥିତିରେ ସୀମାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଆତଙ୍କବାଦୀ ମାନେ ବାରମ୍ବାର ଗୁଳିଚଳାଉଥିବା ବେଳେ ଏମାନଙ୍କୁ ଭାରତୀୟ ଯବାନ ମଧ୍ୟ କଡା ଜବାବ ଦେଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.