ETV Bharat / bharat

ଅନନ୍ତନାଗରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

author img

By

Published : Jun 8, 2019, 11:18 AM IST

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସିଆରପିଏଫ, 19 ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ-କାଶ୍ମୀର ପୋଲିସର ଏସଓଜି ଟିମ୍‌ ମିଳିତ ଭାବରେ ଏହି ଅପରେଶନ ଚଳାଇଛନ୍ତି । ତେବେ ବର୍ତ୍ତମାନ ଅଞ୍ଚଳରେ ସର୍ଚ୍ଚଅପରେଶନ ଜାରି ରହିଥିବା ସୂଚନା ରହିଛି ।

ଜିଲ୍ଲାର ବେରିନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅପରେଶନ ଆରମ୍ଭ ହୋଇଥିଲା । ନିଜକୁ ସୁରକ୍ଷାକର୍ମୀଙ୍କ ଜାଲରେ ଫସୁଥିବା ଦେଖି ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

ସୂଚନା ଯୋଗ୍ୟ ଯେ, ଶୁକ୍ରବାର ପୁଲୱାମାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 4 ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନ 'ଜୈଶ-ଏ-ମହମ୍ମଦ'ର ୨ ଜଣ ଆତଙ୍କବାଦୀ ଥିବା ବେଳେ ନିକଟରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଯୋଗ ଦେଇଥିବା 2 ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ)ଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.