ETV Bharat / bharat

ସେନା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ

author img

By

Published : Dec 13, 2019, 3:21 PM IST

ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ନିପାତ କରିଛି ଭାରତୀୟ ସେନା।

pakistani-intruder-shot-dead
ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ନିପାତ କରିଛି ଭାରତୀୟ ସେନା। ଅନୁପ୍ରବେଶକାରୀର ପରିଚୟ ମିଳିପାରିନଥିବା ବେଳେ ମୃତଦେହକୁ ପୋଲିସକୁ ହସ୍ତାନ୍ତର କରିଛି ସେନା। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ଶୁକ୍ରବାର ଏଲଓସି ଦେଇ କିଛି ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ସେମାନେ ସାମ୍ବା ସେକ୍ଟରର ମଙ୍ଗୁଚକ ଅଞ୍ଚଳ ଦେଇ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଏହି ସମୟରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେନା ପକ୍ଷରୁ ସେମାନଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ଅନୁପ୍ରବେଶକାରୀ ନିପାତ ହୋଇଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ଏବେ ସୁଦ୍ଧା କିଛି ଜଣା ପଡିନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.